ବଜ୍ରପାତରେ ଶିକ୍ଷକଙ୍କ ସମେତ ୫ ଛାତ୍ରଛାତ୍ରୀ ଆହତ, ଜଣେ ଗୁରୁତର

ବଜ୍ରପାତରେ ଶିକ୍ଷକଙ୍କ ସମେତ ୫ ଛାତ୍ରଛାତ୍ରୀ ଆହତ, ଜଣେ ଗୁରୁତର

ନିରାକାରପୁର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁରରେ ଆଜି ସଂନ୍ଧ୍ୟାରେ ବଜ୍ରାଘାତ ଘଟିଛି। ଏଥିରେ ଜଣେ ଶିକ୍ଷକ ଓ ୪ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଜଣେ ଛାତ୍ରୀ ଗୁରୁତର ଥିବା ଜଣାଯାଇଛି। ସମସ୍ତଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଚିକିତ୍ସା କରାଯାଉଥିବା ଜଣାଯାଇଛି।

ସୂଚନାରୁ ଜଣାପଡିଛିଯେ ଆଜି ସଂନ୍ଧ୍ୟାରେ ନିରାକାରପୁର କଲେଜ ଛକ ଠାରେ ଥିବା ଏନଏଏସଏସ ନାମକ ଏକ ଘରୋଇ କୋଚିଂ ସେଣ୍ଟରରେ ଟିଉସନ ଚାଲିଥିଲା। ସେଇ ସମୟରେ ବଜ୍ରପାତ ଘଟିଥିଲା। ବଜ୍ରପାତ ଯୋଗୁଁ ଶିକ୍ଷକ ଓ ୪ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ଜଣେ ଛାତ୍ରୀ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟବାସୀଙ୍କ ସହଯୋଗରେ ଆହତମାନଙ୍କୁ ପ୍ରଥମେ ଚିକିତ୍ସା ନିମନ୍ତେ ସ୍ଥାନୀୟ ଘରୋଇ ନର୍ସିଙ୍ଗହୋମ ପ୍ରାଥମିକ ଚିକିତ୍ସା କରାଯାଇଥିଲା ପରେ ସେମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା।

ଆହତ ଶିକ୍ଷକ ଜଣକ ହେଲେ ସ୍ଥାନୀୟ ମଞ୍ଜାରୀଆ ଗ୍ରାମର ଜଗନ୍ନାଥ ମଙ୍ଗରାଜ ଓ ଆହତ ଛାତ୍ରଛାତ୍ରୀ ମାନେ ହେଲେ ପ୍ରଭୁ ପ୍ରିତମ ବେହେରା(ଯୁକ୍ତ୨), ବଳଭଦ୍ର ବେହେରା(ଯୁକ୍ତ୩), ବର୍ଷାରାଣୀ ବାରିକ(ଦଶମ)। ସେହିପରି ଗୁରୁତର ଆହତ ଛାତ୍ରୀ ଜଣକ ହେଲେ ବର୍ଷାରାଣୀ ବଳିୟାରସିଂ(ଦଶମ‌)। ଖବର ଲେଖାହେବା ପର୍ଯ୍ୟନ୍ତ ୪ ଜଣ ଆହତ ବ୍ୟକ୍ତି ସୁସ୍ଥ ଥିବାବେଳେ ବର୍ଷାରାଣୀ ବଳିୟାରସିଂ ଗୁରୁତର ଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe