ଫସଲ ଅମଳ ପୂର୍ବରୁ ଧାନ କିଆରିରେ ଲାଗିଲା ନିଆଁ

Advertisment
ଫସଲ ଅମଳ ପୂର୍ବରୁ ଧାନ କିଆରିରେ ଲାଗିଲା ନିଆଁ

ବାଲିଅନ୍ତା: ଫସଲ ଅମଲ ପୂର୍ବରୁ ଧାନ କିଆରିରେ ନିଆଁ ଲାଗିଛି। ଭୁବନେଶ୍ବର ଉପକଣ୍ଠ ସ୍ଥାନୀୟ ନୁଆସାହି ଗ୍ରାମ (ୱାର୍ଡ଼ ନଂ ୯)ର ବିଶ୍ବନାଥ ମହାପାତ୍ରଙ୍କ କ୍ଷେତରେ ଏହି ନିଆଁ ଲାଗିଛି। ଶ୍ରୀ ମହାପାତ୍ରଙ୍କର ପ୍ରତାପରୁଦ୍ରପୁର ମୌଜାରେ ଥିବା ଏକ ପାଚିଲା ଧାନ କିଆରି ଜଳିଯାଇଛି। ଗତ ଲଗାଣ ବର୍ଷା ବେଳେ ବଜ୍ରପାତ ହେବାରୁ ସମଗ୍ର କିଆରିଯାକ ଧାନ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ କରିଛନ୍ତି। ବଜ୍ରପାତ ଜନିତ ଅଗ୍ନିକାଣ୍ଡରେ କିଛି ଅଂଶ ଧାନଗଛ ଜଳିଯାଇଥିଲା। ଏହାର କିଛିଦିନ ପରେ ଅବଶିଷ୍ଟ ଜମିରେ ଥୋଡ଼ ବାହାରୁଥିବା ଧାନକେଣ୍ଡା କଣ୍ଠା ହୋଇଯାଇଥିବା କୃଷି ଅଧିକାରୀଙ୍କୁ ଜଣାଇଛନ୍ତି। ତେଣୁ ଏହାର ଉପଯୁକ୍ତ ତଦନ୍ତ କରି କ୍ଷୟକ୍ଷତି ଆକଳନ କରାଯିବା ସହ କ୍ଷତିପୂରଣ ଅର୍ଥ ପ୍ରଦାନ କରିବାକୁ ସେ ଦାବି କରିଥିଲେ।

ତେବେ ବଜ୍ରପାତ ଯୋଗୁଁ ଧାନ କିଆରିରେ ନିଆଁ ଲାଗିବାରୁ ବିଶ୍ବନାଥଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିଛି। ଫସଲ ଅମଳ ହେବା ପରେ ଏହାକୁ ବିକ୍ରି କରି ସେ ନିଜରେ କେତେ ଗୁଡ଼ିଏ ଆର୍ଥିକ ସମସ୍ୟାର ସମାଧାନ କରିପାରିଥାନ୍ତେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe