ଫୁଲ ତୋଳିବା ବେଳେ ଚଡ଼କ ପଡ଼ି ବୃଦ୍ଧ ମୃତ

Advertisment
ଫୁଲ ତୋଳିବା ବେଳେ ଚଡ଼କ ପଡ଼ି ବୃଦ୍ଧ ମୃତ

କେନ୍ଦ୍ରାପଡ଼ା: ଗୁରୁବାର ଭୋର୍‌ ପାଞ୍ଚଟା ପରେ ମାର୍ଶାଘାଇ ବ୍ଲକ୍‌ ଅନ୍ତର୍ଗତ ଗରଜଙ୍ଗା ଗାଁ’ରେ ବଜ୍ରପାତ ଯୋଗୁଁ ଜଣେ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି।

ମୃତ ବ୍ୟକ୍ତିଜଣକ ହେଉଛନ୍ତି, ଅବସର ପ୍ରାପ୍ତ ଡାକ କର୍ମଚାରୀ ୬୪ ବର୍ଷିୟ ଶରତ ମହାନ୍ତି। ଆଜି ଭୋର୍‌ ସମୟରେ ସେ ଠାକୁର ପୂଜା ନିମନ୍ତେ ଘର ସାମ୍ନା ଗାଁ’ ଦାଣ୍ଡରେ ଥିବା ଫୁଲଗଛରୁ ଫୁଲ ତୋଳୁଥିବା ବେଳେ ଘଡ଼ଘଡ଼ି ମାରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଲା।

ଘୂର୍ଣ୍ଣି ବଳୟ ପ୍ରଭାବରେ ଜିଲ୍ଲାର ବହୁ ଅଞ୍ଚଳରେ ଗତ ସନ୍ଧ୍ୟାରେ ଝଡ଼ବତାସ ସହ ଘଡ଼ଘଡ଼ି ଓ ବର୍ଷା ହୋଇ ଛାଡ଼ି ଯାଇଥିଲା। ପୁନଶ୍ଚ ଆଜି ପାହାନ୍ତାରେ ସମ୍ପୃକ୍ତ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe