ଭଲ ଖବର: ବଜ୍ରପାତର ୪୫ ମିନିଟ୍ ପୂର୍ବରୁ ମୋବାଇଲରେ ଅାସିବ ସତର୍କ ସୂଚନା

Advertisment
ଭଲ ଖବର: ବଜ୍ରପାତର ୪୫ ମିନିଟ୍ ପୂର୍ବରୁ ମୋବାଇଲରେ ଅାସିବ ସତର୍କ ସୂଚନା

ଭୁବନେଶ୍ୱର: ବଜ୍ରପାତ ନେଇ ଏଣିକି ଆଉ ଚିନ୍ତା କରିବା ଦରକାର ନାହିଁ। ଲୋକଙ୍କୁ ବଜ୍ରପାତରୁ ମୁକ୍ତି ଦେବା ପାଇଁ ରାଜ୍ୟ ସରକାର ଏଭଳି ଏକ ପଦକ୍ଷେପ ନେଇଛନ୍ତି। ବଜ୍ରପାତ ନେଇ ଏଣିକି ଆଗୁଆ  ମ୍ୟାସେଜ ମୋବାଇଲରେ ଆସିବ। ୪୫ ମିନିଟ ପୂର୍ବରୁ ବଜ୍ରପାତ ସମ୍ପର୍କିତ ସୂଚନା ମୋବାଇଲରେ ମିଳିଯିବ। ଲୋକଙ୍କୁ କାଳବୈଶାଖୀ ନେଇ ମଧ୍ୟ ଆଗୁଆ ସୂଚନା ମିଳିବ। ଓଏସଡିଏମଏ ଓ ଆର୍ଥ ନେଟଓ୍ଵାର୍କ ମଧ୍ୟରେ ବୁଧବାର  ଏକ ବୁଝାମଣା ସ୍ୱାକ୍ଷର ହୋଇଛି। ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଉପସ୍ଥିତିରେ ଏହି ଏମ୍‌ଓୟୁ ସ୍ବାକ୍ଷର ହୋଇଛି। ଆମେରିକୀୟ କମ୍ପାନୀ ଆର୍ଥ ନେଟଓ୍ଵାର୍କ ୫୦ଟି ଦେଶରେ ଏହି ସେବା ଯୋଗାଉଛି।

ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ଦ୍ୱାରା ପ୍ରତିବର୍ଷ ଶହ ଶହ ଲୋକଙ୍କର ଜୀବନ ବଞ୍ଚିପାରିବ। କାରଣ ପ୍ରତି ବର୍ଷ ରାଜ୍ୟରେ ବହୁ ସଂଖ୍ୟାରେ ବଜ୍ରପାତ ଜନିତ ମୃତ୍ୟୁ ଘଟୁଛି। ନିକଟରେ ଗୋଟିଏ ସପ୍ତାହ ମଧ୍ୟରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି।

ସୂଚନଯୋଗ୍ୟ, ଦୁଇ ଦିନ ତଳେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ହେବାରୁ ୭ଜଣଙ୍କ ମୃତ୍ୟୁ ଘଟିଥିଲା। ସୁନ୍ଦରଗଡ଼ ଜିଲ୍ଲାରେ ହକି ମ୍ୟାଚ ଦେଖୁଥିବା ବେଳେ ୩ଜଣଙ୍କ ମୃତ୍ୟୁ ହୋଇଥିଲା। ସେଦିନ ବାଲେଶ୍ୱର ଜିଲ୍ଲାର ଖଇରା, ବାହାନଗା ଓ ସୋର ବ୍ଲକରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାରିପଦା ବ୍ଲକରେ ଜଣେ ଯୁବତୀ ବିଲରେ କାମ କରୁଥିବା ବେଳେ ବଜ୍ରପାତ ଯୋଗୁଁ ଜୀବନ ହାରିଥିଲେ। ସେହିଭଳି ଗତ ୮ ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ ୧୧ଜଣ ଲୋକ ଜୀବନ ହାରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe