ବଜ୍ରପାତରେ ଖସିପଡ଼ିଲା ଖିଚିଂ କିଚକେଶ୍ବରୀ ମନ୍ଦିରର କଳସ-ତ୍ରିଶୁଳ-ପତାକା 

Advertisment
ବଜ୍ରପାତରେ ଖସିପଡ଼ିଲା ଖିଚିଂ କିଚକେଶ୍ବରୀ ମନ୍ଦିରର କଳସ-ତ୍ରିଶୁଳ-ପତାକା 
ରାଇରଙ୍ଗପୁର/ଶୁକ୍ରୁଳି: ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା କିଚକେଶ୍ୱରୀ ମନ୍ଦିର ଉପରେ ଗୁରୁବାର ଦିନ ବଜ୍ରପାତ ହୋଇଛି। ଫଳରେ ମନ୍ଦିରର ଶୀର୍ଷ ଭାଗରେ ଲାଗିଥିବା କଳସ-ତ୍ରିଶୁଳ-ପତାକା ଖସିପଡ଼ିଛି।
ସୂଚନା ଅନୁସାରେ ମୟୂରଭଞ୍ଜ ଜିଲ୍ଲା ଶୁକ୍ରୁଳି ବ୍ଲକ୍ ଖିଚିଂ ଠାରେ ଥିବା ମା କିଚକେଶ୍ୱରୀ ମନ୍ଦିରରେ ଆଜି ସନ୍ଧ୍ୟା ସମୟରେ ହଠାତ୍ ବଜ୍ରପାତ ଘଟିବାରୁ ମନ୍ଦିରର କଳସ, ତ୍ରିଶୁଳ ଓ ପତାକା ଖସିପଡିଲା । ତେବେ କାହାରି କିଛି କ୍ଷତି ହୋଇଇନଥିବା ବେଳେ ଏହା ଅଶୁଭ ସଂକେତ ବୋଲି ଚର୍ଚ୍ଚା ହେଉଛି।ଏହି ଘଟଣା ପୂର୍ବରୁ ମଧ୍ୟ ଦୁଇ ଥର ହୋଇଥିଲା। ମନ୍ଦିରର ପରିଛା ଅଜୟ ସାହୁଙ୍କ କହିବା ଅନୁସାରେ ରାଜ୍ୟ ପ୍ରତ୍ନ ତଥ୍ୟ ବିଭାଗର ଅବହେଳା ଯୋଗୁଁ ତିନି ତିନି ଥର ଏଭଳି ଘଟଣା ଘଟିଛି। ଏପରିକି ମନ୍ଦିରରେ ଇଲେକଟ୍ରିକ୍ ଆର୍ଥିଂ ମଧ୍ୟ ନ ଥିବା ସୂଚନା ମିଳିଛି। ମନ୍ଦିର ଭିତରେ ଥିବା ବ୍ୟାଟେରି ଓ ଇନଭାଇଟର ମଧ୍ୟ ଫାଟି ଯାଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ ଆମ ରାଜ୍ୟର ନୂଆ ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୟୂରଭଞ୍ଜ ଜିଲ୍ଲାର ନବ ନିର୍ବାଚିତ ଲୋକସଭା ସାଂସଦ ନବ ଚରଣ ମାଝୀ, ବିଧାୟକ ଗଣେଶରାମ୍ ସିଂ ଖୁଣ୍ଟିଆ, ଜଲେନ ନାଏକ, ପଦ୍ମ ଚରଣ ହାଇବୁରୁ, ଭାଦବ ହାଁସଦା ପ୍ରମୁଖ ବିଜୟୀ ହେବାପରେ ଯାଇ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe