ବଜ୍ରାଘାତ ନେଲା ୬ ଜୀବନ

Advertisment

ବଜ୍ରପାତ ଯୋଗୁ କୋରାପୁଟ, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ୬ଜଣଙ୍କ ଜୀବନ ଯାଇଛି। କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‌ ନୂଆଗାଁ ପଞ୍ଚାୟତ ଗାଲିଗାବଡ଼ର ଗ୍ରାମରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅମ୍ପାବାଲି ପଞ୍ଚାୟତ କନ୍ଧପୁଟାବନ୍ଧ ଗ୍ରାମରେ ବାପା....

ବଜ୍ରପାତ ଯୋଗୁ କୋରାପୁଟ, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ୬ଜଣଙ୍କ ଜୀବନ ଯାଇଛି। କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‌ ନୂଆଗାଁ ପଞ୍ଚାୟତ ଗାଲିଗାବଡ଼ର ଗ୍ରାମରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅମ୍ପାବାଲି ପଞ୍ଚାୟତ କନ୍ଧପୁଟାବନ୍ଧ ଗ୍ରାମରେ ବାପା....

Dead

ପଟାଙ୍ଗି/ରାୟଗଡ଼ା/ଥୁଆମୂଳ ରାମପୁର: ବଜ୍ରପାତ ଯୋଗୁ କୋରାପୁଟ, ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ୬ଜଣଙ୍କ ଜୀବନ ଯାଇଛି। କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‌ ନୂଆଗାଁ ପଞ୍ଚାୟତ ଗାଲିଗାବଡ଼ର ଗ୍ରାମରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅମ୍ପାବାଲି ପଞ୍ଚାୟତ କନ୍ଧପୁଟାବନ୍ଧ ଗ୍ରାମରେ ବାପା, ଝିଅ ସହିତ ସମ୍ପର୍କୀୟ ମାଉସୀଙ୍କ ମୃତ୍ୟୁ ହୋଇଛି। ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଅଣ୍ଟାମଡ଼ା ଗାଁରେ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ସାଙ୍ଗ ଗୁରୁତର ହୋଇଛନ୍ତି। ସେହିପରି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଜାମଗୁଡ଼ା ଲାଠିଆଗୁଡ଼ା ଗ୍ରାମରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି।

ସୂଚନା ଅନୁଯାୟୀ,  ଆଜି ମଧ୍ୟାହ୍ନ ୧୨ଟାରେ ଅମ୍ପାବାଲି ପଞ୍ଚାୟତର କନ୍ଧପୁଟାବନ୍ଧ ଗ୍ରାମର ଗେମେଲ କ୍ରିଷ୍ଣା, ଝିଅ ଗେମେଲ କାମି ଓ ସଂପର୍କୀୟ ମାଉସୀ ଗେମେଲ ତୁମ୍ବାଇ ଗାଁ ନିକଟସ୍ଥ ଜମିରେ କାମ 
କରୁଥିଲେ। ଏହି ସମୟରେ ବଜ୍ରପାତ ଯୋଗୁ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ସୁଙ୍କି ପୁଲିସ  ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଟ୍ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ସେହିପରି ନୂଆଗାଁ ପଞ୍ଚାୟତ ଅଧୀନସ୍ଥ ଗାଲିଗାବଡ଼ର ଗ୍ରାମର ମାଳାନା ପାଙ୍ଗି ଗୋରୁ ଚରାଇବା ପାଇଁ ନିକଟରେ ଥିବା ପାନିକି ଜଙ୍ଗଲକୁ ଯାଇଥିବା ବେଳେ ବଜ୍ରାଘାତ ହେବାରୁ ତାଙ୍କର ମୃତ୍ୟୁ ଘଟିଛି।

ଅନ୍ୟ ଏକ ଘଟଣାରେ ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅଧୀନସ୍ଥ ଅଣ୍ଟାମଡ଼ା ଗ୍ରାମର ଦୁଇ ସାଙ୍ଗ ସନ୍ନ୍ୟାସୀ ହିମିରିକା(୧୬) ଓ ଗଣେଶ ପୁଲାକା(୧୫) ଆଜି ମଧ୍ୟାହ୍ନରେ ଗାଁ ନିକଟସ୍ଥ ଆମ୍ବତୋଟାକୁ ଆମ୍ବ ତୋଳିବାକୁ ଯାଇଥିଲେ। ଫେରିବା ସମୟରେ ରାସ୍ତାରେ ବଜ୍ରାଘାତ ହେବାରୁ ଦୁଇ ସାଙ୍ଗ ଗୁରୁତର ହୋଇଥିଲେ। ପୁଲିସ ଉଭୟଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବାବେଳେ ଦଶମ ଶ୍ରେଣୀ ଛାତ୍ର ସନ୍ନ୍ୟାସୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେହିପରି ବୁଧବାର ଅପରାହ୍ଣରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଲାଠିଆଗୁଡ଼ା ଜାମଗୁଡ଼ା ଗ୍ରାମର ବାହାଦୁର ମାଝୀଙ୍କ ସ୍ତ୍ରୀ ପାଲଙ୍ଗି ମାଝୀ ଏବଂ ସୁନା ମାଝୀଙ୍କ ୨ପୁଅ ଉମାକାନ୍ତ ମାଝୀ ଓ ମିଶ୍ର ମାଝୀ ଝଡ଼ତୋଫାନ ସମୟରେ ନିକଟସ୍ଥ ଆମ୍ବ ବଗିଚାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ପାଲଙ୍ଗିଙ୍କ ମୃତ୍ୟୁ ହୋଇଥିଲା। ଉମାକାନ୍ତ ଓ ମିଶ୍ର ମାଝୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe