ବିଦ୍ୟାଳୟ ନିକଟରେ ବଜ୍ରପାତ‌: ୨୦ ଛାତ୍ରଛାତ୍ରୀ ଅସୁସ୍ଥ

Advertisment
ବିଦ୍ୟାଳୟ ନିକଟରେ ବଜ୍ରପାତ‌: ୨୦ ଛାତ୍ରଛାତ୍ରୀ  ଅସୁସ୍ଥ

SAPeople

ଗରଦପୁର: କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍‌ କୁଦାନଗରୀ ହାଇସ୍କୁଲରେ ଅସ୍ଥାୟୀ ଭାବେ ଚାଲୁଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନିକଟରେ ଆଜି ବଜ୍ରପାତ ଘଟିଛି। ଏଥିରେ ବିଦ୍ୟାଳୟର ୨୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ହସ୍‌ପିଟାଲକୁ ପଠାଯାଇଛି।

ସୂଚନା ଅନୁସାରେ, ଅପରାହ୍ନ ସାଢେ଼ ୩ଟା ବେଳେ ଆକାଶରେ ମେଘ ଘୋଟି ଆସିବା ସହ ବଜ୍ରପାତ ଘଟିଥିଲା। ବଜ୍ରପାତର ପ୍ରଚଣ୍ଡ ଶବ୍ଦ ଓ ଆଲୋକ ଏତେ ତୀବ୍ର ଥିଲା ଯେ ଶ୍ରେଣୀଗୃହରେ ବସି ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ଉପରେ ତାହାର ଗୁରୁତର ପ୍ରଭାବ ପଡ଼ିଥିଲା। ଏହାର ପ୍ରଭାବରେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। କେତେଜଣ ଚେତାଶୂନ୍ୟ ହୋଇପଡ଼ିବା ସହ ସହ କାନକୁ ଠିକ୍ ଭାବେ ଶୁଭି ନ ଥିଲା। ଛାତିରେ ଯନ୍ତ୍ରଣା ବି ଅନୁଭବ କରିଥିଲେ। ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷା ସନ୍ତୋଷୀ ଦାସ ସାମଲ ସେମାନଙ୍କୁ ତୁରନ୍ତ ପାଟକୁରା ମେଡ଼ିକାଲକୁ ଚିକିତ୍ସା ପାଇଁ ନେଇଥିଲେ। ଅସୁସ୍ଥ ଛାତ୍ରଛାତ୍ରୀମାନେ ୬ଷ୍ଠ ଓ ୭ମ ଶ୍ରେୀଣୀରେ ପଢୁଥିଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଜିଲ୍ଲା ହସ୍‌ପିଟାଲକୁ ପଠାଯାଇଥିବ‌ା ବେଳେ ଅନ୍ୟମାନେ ପାଟକୁରା ମେଡିକାଲରୁ ଚିକିତ୍ସିତ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି। ବଜ୍ରପାତର ଭୟଙ୍କର ଶବ୍ଦ ଯୋଗୁଁ ପିଲାମାନେ ଭୟଭୀତ ହୋଇ ଅସୁସ୍ଥ ହୋଇ ପଡ଼ିଥିଲେ ବୋଲି ସେମାନଙ୍କୁ ଚିକିତ୍ସା କରିଥିବା ଡାକ୍ତର ହିମାଂଶୁ ଭୂଷଣ ଷଡ଼ଙ୍ଗୀ ଓ ଡାକ୍ତର ପ୍ରଶାନ୍ତ କୁମାର ଜେନା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe