ଏଣିକି ଆଗୁଆ ମିଳିପାରିବ ବଜ୍ରପାତର ସମୟ ଓ ସ୍ଥାନ ନେଇ ସୂଚନା

Advertisment

ବାଲେଶ୍ବରରେ ହେବ ବଜ୍ରପାତ ଗବେଷଣା ପରୀକ୍ଷଣ କେନ୍ଦ୍ର

ବାଲେଶ୍ବରରେ ହେବ ବଜ୍ରପାତ ଗବେଷଣା ପରୀକ୍ଷଣ କେନ୍ଦ୍ର

ଏଣିକି ଆଗୁଆ ମିଳିପାରିବ ବଜ୍ରପାତର ସମୟ ଓ ସ୍ଥାନ ନେଇ ସୂଚନା

ଭୁବନେଶ୍ବର : ବାତ୍ୟା ଭଳି ଏବେ ବଜ୍ରପାତ ହେବାର ସଠିକ୍‌ ସମୟ ଓ ସ୍ଥାନ ନେଇ ସତର୍କ ସୂଚନା ମିଳିବ। ଅତ୍ୟାଧୁନିକ ପାଣିପାଗମାପକ ଯନ୍ତ୍ର ଏ ଦିଗରେ ସହାୟ ହେବ। ବାଲେଶ୍ବରରେ ନିର୍ମିତ ହେବ ବଜ୍ରପାତ ଗବେଷଣା ପରୀକ୍ଷଣ କେନ୍ଦ୍ର (ଥଣ୍ଡରଷ୍ଟ୍ରମ୍‌ ରିସର୍ଚ୍ଚ ଟେଷ୍ଟବେଡ୍‌)। ବଜ୍ରପାତ ପ୍ରବଣ ଓଡ଼ିଶା ପାଇଁ କେନ୍ଦ୍ର ଭୂ-ବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି କେନ୍ଦ୍ର ମାଧ୍ୟମରେ ବଜ୍ରପାତ କେତେବେଳେ ହେବ, ଏହାର ସଠିକ୍‌ ସମୟ ଜଣାପଡ଼ିବ। ଖାଲି ସେତିକି ନୁହେଁ, କେଉଁ ଜିଲ୍ଲାର କେଉଁ ବ୍ଲକ୍‌ର କେଉଁ ଅଞ୍ଚଳ, ସେ ନେଇ ବି ସଠିକ୍‌ ସ୍ଥାନ ବିଷୟରେ ସୂଚନା ଦିଆଯିବ। ଏନେଇ ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ପ୍ରସ୍ତୁତି ଆରମ୍ଭ କରିଛି।

ପ୍ରଥମ ପର୍ଯ୍ୟାୟରେ ବାଲେଶ୍ବରରେ ଏହି କେନ୍ଦ୍ର ସ୍ଥାପିତ ହେବ। ଏହି କେନ୍ଦ୍ର ମାଧ୍ୟମରେ ଆଗାମୀ ଦିନରେ ଉତ୍ତର ଓଡ଼ିଶାରେ ଆଗୁଆ କାଳବୈଶାଖୀ ଓ ବଜ୍ରପାତ ସମ୍ପର୍କିତ ସତର୍କ ସୂଚନା ପାଇ ହେବ। ଏଭଳି କେନ୍ଦ୍ର ପ୍ରତିଷ୍ଠାରେ ବାଲେଶ୍ବର ହେବ ଦେଶରେ ପ୍ରଥମ। ବି‌ଶେଷକରି ଉତ୍ତର ଓଡ଼ିଶାରେ ବଜ୍ରପାତଜନିତ ମୃତ୍ୟୁ ଅଧିକ। ଏଣୁ ପ୍ରାଥମିକ ପର୍ଯ୍ୟାୟରେ ବାଲେଶ୍ବରରେ ଏହି କେନ୍ଦ୍ର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି। ଭୂ-ବିଜ୍ଞାନ ମନ୍ତ୍ରଣାଳୟ, ଆଇଏମ୍‌ଡି, ଇସ୍ରୋ ଓ ଡିଆର୍‌ଡିଓ ମିଳିତ ଭାବେ ଏଥିରେ କାମ କରିବେ। ଏହି କେନ୍ଦ୍ରରେ ଅତ୍ୟାଧୁନିକ ପାଣିପାଗ ମାପକ ଯନ୍ତ୍ର ରଖାଯିବ। ଫଳରେ ବଜ୍ରପାତ ନେଇ ବହୁ ପୂର୍ବରୁ ସତର୍କ ସୂଚନା ଜାରି କରାଯାଇପାରିବ। ସମ୍ପୂର୍ଣ୍ଣ କେନ୍ଦ୍ରର କାମ ସରିବାକୁ ପ୍ରାୟ ୫ ବର୍ଷ ଲାଗିଯିବ।

publive-image Business Green

ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌.ଆର୍‌ ବିଶ୍ବାସ କହିଛନ୍ତି, ଏବେ ବି କାଳବୈଶାଖୀ ଓ ବଜ୍ରପାତ ନେଇ ଆମେ ସତର୍କ ସୂଚନା ଜାରି କରୁଛୁ। କିନ୍ତୁ ବିଜ୍ଞାନର ଅଗ୍ରଗତି ସହ ଆମ ବୈଷୟିକ ଜ୍ଞାନକୌଶଳର ବିକାଶ ହେଉଛି। ଫଳରେ ଏଭଳି ଏକ ଉଚ୍ଚକ୍ଷମତାସଂପନ୍ନ ଜ୍ଞାନକୌଶଳ ଦ୍ବାରା ଆମେ କାଳବୈଶାଖୀ ଓ ବଜ୍ରପାତର ପ୍ରକୃତ ସ୍ଥାନ ଓ ସମୟ ବିଷୟରେ ଜାଣିପାରିବା। ଏହା ଦ୍ବାରା ପ୍ରତିବର୍ଷ ହେଉଥିବା କୋଟି କୋଟି ଟଙ୍କାର ଧନଜୀବନ କ୍ଷତି ରୋକି ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe