ଲଘୁଚାପ ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷା ସମ୍ଭାବନା

Advertisment
ବଙ୍ଗୋପସାଗରରେ ଲଘୁଚାପ : ୫ ଯାଏ ପ୍ରବଳ ବର୍ଷା, ସଜାଗ ରହିବାକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

The Indian Express

ଭୁବନେଶ୍ୱର : ଆସନ୍ତା ୯ ତାରିଖରେ ଉତ୍ତର ବଙ୍ଗୋ‌ପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହା ପ୍ରଭାବରେ ୯ ଓ ୧୦ ତାରିଖ ଦିନ ପ୍ରବଳରୁ ଅତି ପ୍ରବଳ ବ‌ର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ଦକ୍ଷିଣ ଓଡ଼ିଶାର ଜିଲ୍ଲାମାନଙ୍କରେ ଅଧିକ ବର୍ଷା ହେବ ବୋଲି ସୂଚନା ମିଳିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌. ଆର୍‌ ବିଶ୍ବାସ କହିଛନ୍ତି, ୯ ତାରିଖ ଦିନ କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ ଓ ସୋନପୁରରେ ପ୍ରବଳରୁ ଅତିପ୍ରବଳ ଏବଂ ନୂଆପଡ଼ା, ନବରଙ୍ଗପୁର, ସମ୍ବଲପୁର, କୋରାପୁଟ, ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ୧୦ ତାରିଖ ଦିନ ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା ଓ ନବରଙ୍ଗପୁରରେ ପ୍ରବଳରୁ ଅତିପ୍ରବଳ ଏବଂ କୋରାପୁଟ, ରାୟଗଡ଼ା, ବୌଦ୍ଧ ଓ ମାଲକାନଗିରିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ସୂଚନାନୁସାରେ, ୮ ତାରିଖରେ ଦକ୍ଷିଣ ଆନ୍ଧ୍ର ଉପକୂଳ ସଂଲଗ୍ନ କେନ୍ଦ୍ରୀୟ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଦ୍ବାରା ରାଜ୍ୟରେ ବର୍ଷା ହେବ କିନ୍ତୁ ବିଶେଷ ବର୍ଷାର ସମ୍ଭାବନା ନାହିଁ। ୮, ୯ ଓ ୧୦ ତାରିଖରେ ଉପକୂଳରେ ସ୍ବଳ୍ପ ଏବଂ ଆଭ୍ୟନ୍ତରୀଣ-ଦକ୍ଷିଣ ଜିଲ୍ଲାମାନଙ୍କରେ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏହାପରେ ପଶ୍ଚିମ-ପୂର୍ବରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଯାହା ଦ୍ବାରା ଉପକୂଳରେ ୧୨ ଓ ୧୩ ତାରିଖ ଦୁଇ ଦିନ ଭାରୀ ବର୍ଷା ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଦକ୍ଷିଣରେ ୧୧, ୧୨ ଓ ୧୩ ତାରିଖରେ ମଧ୍ୟମ ଓ ସ୍ଥାନେ ସ୍ଥାନେ ଭାରୀ, ଏବଂ ଆଭ୍ୟନ୍ତ‌ରୀଣ ଉତ୍ତରରେ ୧୨,୧୩ ଓ ୧୪ ତାରିଖରେ ଭାରି ବର୍ଷା ହେବ। ୧୩ ତାରିଖ ପରେ ଉପକୂଳରେ ବର୍ଷା କମିବ। ଉକ୍ତ ଦିନ ପର୍ଯ୍ୟନ୍ତ ଖୋର୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ାରେ ସମୁଦାୟ ବର୍ଷାର ପରିମାଣ ଅଧିକ ରହିବ। ୧୧ ପରଠାରୁ ରାଜ୍ୟରେ ପାଗ ସମ୍ପୂର୍ଣ୍ଣ ମେଘୁଆ ରହିବ ବୋଲି ଡ. ପଶୁପାଳକ କହିଛନ୍ତି।

publive-image Flickr

ଅପରପକ୍ଷେ ଗତ ୪ ତାରିଖରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଉତ୍ତର ପ୍ରଦେଶମୁହାଁ ହୋଇଛି। ଏଣୁ ରାଜ୍ୟରେ ଆଉ ଲଘୁଚାପର ପ୍ରଭାବ ରହିବ ନାହିଁ। କିନ୍ତୁ ମୌସୁମୀ ଟ୍ରଫ୍‌ ସ୍ବାଭାବିକ ସ୍ଥାନରେ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି କିଛି ସ୍ଥାନରେ ହଲ୍‌କାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ବର୍ଷା ହୋଇଯାଇଛି। ସୁନ୍ଦରଗଡ଼, କେନ୍ଦୁଝର, ମାଲକାନଗିରି, ଜଗତସିଂହପୁର ଓ ଯାଜପୁରରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି। ସୁନ୍ଦରଗଡ଼ର ବାଲିଶଙ୍କରାରେ ସର୍ବାଧିକ ୯୮.୨ ମିମି ବର୍ଷା ରେକର୍ଡ ହୋଇଛି। ଏହା ପଛକୁ ଜିଲ୍ଲାର ରାଜଗାଙ୍ଗପୁରରେ ୯୪.୨ ମିମି ଓ କାଂସବାହାଲ ନିକଟସ୍ଥ ମନ୍ଦିରା ଡ୍ୟାମ୍‌ରେ ୮୦.୬ ମିମି ବର୍ଷା ହୋଇଛି। ସେହିପରି କେନ୍ଦୁଝର ଚମ୍ପୁଆରେ ୬୯.୨ ମିମି ବର୍ଷା ହୋଇଛି।

ଗତ ୩ ଦିନର ବର୍ଷା ଯୋଗୁଁ ରାଜ୍ୟ‌ରେ ରେକର୍ଡ ହୋଇଥିବା ୧୭% ନିଅଣ୍ଟିଆ ବର୍ଷା ୧୧%କୁ ଖସି ଆସିଛି। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୫୭୦.୫ ମିମି ବର୍ଷା‌ ରେକର୍ଡ ହୋଇଥିବା ବେଳେ ସ୍ବାଭାବିକ ଭାବେ ଏହି ସମୟରେ ୬୩୯.୬ ମିମି ବର୍ଷା ହୋଇଥାଏ। ଏହାକୁ ଆଗାମୀ ଲଘୁଚାପ ଭରଣା କରିଦେ‌ଲେ ଚାଷୀର ଚିନ୍ତା ଅନେକାଂଶରେ ଦୂର ହୋଇପାରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe