୧୦ରେ ରାଜ୍ୟର ୬ ଜିଲ୍ଲାରେ ହେବ ପ୍ରବଳରୁ ଅତିପ୍ରବଳ ବର୍ଷା

Advertisment
୪ରେ ଲଘୁଚାପ, ୩ରୁ ରାଜ୍ୟରେ ପ୍ରବଳ ବର୍ଷା; ବିଭିନ୍ନ ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି

The Indian Express

ଭୁବନେଶ୍ବର : ପୂର୍ବ ସୂଚନା ଅନୁଯାୟୀ, ଆସନ୍ତା ୮ ତାରିଖରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ ଫଳରେ ବର୍ଷା ହେବ। ଏଥିସହ ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଗଞ୍ଜାମ, ଗଜପତି, ପୁରୀ, ଖୋର୍ଧା, କୋରାପୁଟ ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଏଥିସହ ୧୦ରୁ ୧୨ ତାରିଖ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ଆର୍‌ ବିଶ୍ବାସଙ୍କ ସୂଚନା ଅନୁଯାୟୀ, ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଫଳରେ ଆସନ୍ତା ୨ ଦିନ ମଧ୍ୟରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହାର ପ୍ରଭାବରେ ଦକ୍ଷିଣ ପୂର୍ବ ମୌସୁମୀ ବାୟୁ ସକ୍ରିୟ ହେବ ଏବଂ ଓଡ଼ିଶାକୁ ମୌସୁମୀର ଆଗମନ ନେଇ ଅନୁକୂଳ ପରିବେଶ ସୃଷ୍ଟି କରିବ। ଏହାର ପ୍ରଭାବରେ ସାରା ଓଡ଼ିଶାରେ ବର୍ଷା ହେବ। କିନ୍ତୁ ବିଶେଷ କରି ଗଞ୍ଜାମ, ଗଜପତି, ପୁରୀ, ଖୋର୍ଧା, କୋରାପୁଟ ଓ ନବରଙ୍ଗପୁର ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏ ନେଇ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

publive-image Zee News

ପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ କହୁଛି, ଓଡ଼ିଶାକୁ ୧୦ରେ ନୁହେଁ ୧୨ ତାରିଖରେ ମୌସୁମୀ ପ୍ରବେଶ କରିବ। ଶ୍ରୀ ପଶୁପାଳକଙ୍କ ସୂଚନା ଅନୁଯାୟୀ, ୧୦ ତାରିଖରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି। ଏହାଦ୍ବାରା ରାଜ୍ୟରେ ବର୍ଷା ହେବ। ଆକଳନ କରାଯାଉଛି ଯେ, ସମ୍ଭାବ୍ୟ ଘୂର୍ଣ୍ଣିବଳୟଟି ୧୧ ତାରିଖ ରାତିରେ ଓଡ଼ିଶାର ଉପକୂଳରେ ରହିବ। ୧୦ ଓ ୧୧ ତାରିଖ ପୁରୀର ଦକ୍ଷିଣରେ ଥିବା ଉପକୂଳ ଓ ସଂଲଗ୍ନ ଜିଲ୍ଲାମାନଙ୍କରେ ହାଲ୍‌କାରୁ ସ୍ବଳ୍ପ ବର୍ଷା ହେବ। ୧୧ ତାରିଖ ରାତିଠାରୁ ଖୋର୍ଧାଠାରୁ ଭଦ୍ରକ ପର୍ଯ୍ୟନ୍ତ ବର୍ଷା ଆରମ୍ଭ ହେବ। ୧୨ଠାରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଂଧିକାଶ ସ୍ଥାନରେ ବର୍ଷା ହେବ। ‌ତେବେ ୧୩ ତାରିଖ ବେଳକୁ ଗୁଜୁରାଟ ଓ ମହାରାଷ୍ଟ୍ର ସଂଲଗ୍ନ ଆରବ ସାଗରରେ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି। ଯାହା ଫଳରେ ଆକଳନ କରାଯାଉଛି ଯେ ବଙ୍ଗୋପସାଗରର ସମ୍ଭାବ୍ୟ ଘୂର୍ଣ୍ଣିବଳୟଟି ଅଧିକ ଘନୀଭୂତ ହେବାର ସମ୍ଭାବନା କମ୍‌। ଫଳରେ ୧୨ରୁ ୧୫ ଭିତରେ ପ୍ରତ୍ୟେକ ଦିନ ସ୍ବଳ୍ପରୁ ମଧ୍ୟମ ବର୍ଷା ହେବ। ସମୁଦାୟ ବର୍ଷା ହାରାହାରି ୫୫ ମିମି ଭିତରେ ରହିବ। ତେବେ ଏହି ସମୟ ଭିତରେ ପାଗ ମେଘୁଆ ରହିବ। ତାପମାତ୍ରାରେ ବିଶେଷ ହ୍ରାସ ଘଟିବ ଓ ୧୨ ତାରିଖ ଦିନ ଓଡ଼ିଶାକୁ ମୌସୁମୀ ଛୁଇଁବ। ତେବେ ୧୮ ତାରିଖରୁ ୨୧ ଭିତରେ ରାଜ୍ୟରେ ଭାରି ବର୍ଷା ସହ ବର୍ଷାର ପରିମାଣ ଅଧିକ ହେବ ବୋଲି ଆକଳନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe