ଚିତ୍ରକୋଣ୍ଡାରେ ବଡ଼ଧରଣର ଏନ୍‌କାଉଣ୍ଟର : ବହୁ ନକ୍ସଲ ମୃତାହତ ହୋଇଥିବା ଆଶଙ୍କା

ଚିତ୍ରକୋଣ୍ଡାରେ ବଡ଼ଧରଣର ଏନ୍‌କାଉଣ୍ଟର : ବହୁ ନକ୍ସଲ ମୃତାହତ ହୋଇଥିବା ଆଶଙ୍କା

ମାଲକାନଗିରି : ମାଲକାନଗିରି ଜିଲ୍ଲାର ନକ୍ସଲପ୍ରବଣ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବିଚ୍ଛିନ୍ନାଞ୍ଚଳରେ ଆଜି ବଡଧରଣର ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି। ଏହି ଏନ୍‌କାଉଣ୍ଟର କେତେ ସମୟ ଧରି ଚାଲିଥିଲା ଏବଂ ଏଥିରେ କେତେଜଣ ନକ୍ସଲ ମୃତାହତ ହୋଇଛନ୍ତି, ସେ ନେଇ କିଛି ସ୍ପଷ୍ଟ ଖବର ମିଳିପାରିନାହିଁ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ବିଚ୍ଛିନ୍ନାଞ୍ଚଳ ଅନ୍ତର୍ଗତ ଯୋଡାମ୍ବ ପଞ୍ଚାୟତରେ ସମିଳିପଦର ଜଙ୍ଗଲରେ ମାଓବାଦୀ କ୍ୟାମ୍ପ କରିଥିବା ପୁଲିସକୁ ସୂଚନା ମିଳିଥିଲା। ଏହାପରେ ଆନ୍ଧ୍ରର ଗ୍ରେହାଉଣ୍ଡ ଏବଂ ମାଲକାନଗିରିରୁ ଏସ୍‌ଓଜି ଓ ଡିଜିଏଫ ଯବାନ ଜଙ୍ଗଲକୁ ଘେରି ଯାଇଥିଲେ। ଉଭୟ ପଟୁ ଗୁଳି ବିନିମୟ ମଧ୍ୟ ହୋଇଥିଲା। ଏଥିରେ ବହୁ ନକ୍ସଲ ମୃତାହତ ହୋଇଥିବା ସନ୍ଦେହ କରାଯାଉଛି। ତେବେ, ଏହା ଏକ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏବଂ ଅପରେସନ୍‌ରେ ଯାଇଥିବା ଯବାନ୍‌ ଫେରିନଥିବାରୁ ଏ ସମ୍ପର୍କରେ ପ୍ରକୃତ ଚିତ୍ର ସ୍ପଷ୍ଟ ହୋଇନାହିଁ।

ଅନ୍ୟ ଏକ ସୂତ୍ରରୁ ଶୁଣିବାକୁ ମିଳୁଛି ଯେ, ଆଉ ଅଳ୍ପ ଦିନ ମଧ୍ୟରେ ଗୁରୁପ୍ରିୟା ସେତୁ ଲୋକାର୍ପଣ ହେବାକୁ ଯାଉଛି। ଏହି ବହୁ ପ୍ରତୀକ୍ଷିତ ପୋଲକୁ ମାଓବାଦୀ ବିରୋଧ କରୁଥିବାରୁ ଆଗକୁ କିଛି ଅଘଟଣ ଘଟାଇ ପାରନ୍ତି। ତେଣୁ ନକ୍ସଲଙ୍କୁ ଏବେଠାରୁ ଉଚିତ ଜବାବ ଦେବାକୁ ଦୁଇ ରାଜ୍ୟର ପୁଲିସ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି। ଏସ୍‌ପି ଜଗମୋହନ ମୀନା ଏହି ଅପରେସନ୍‌ର ନେତୃତ୍ୱ ନେଉଥିବା ଜଣାପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe