ଝାରସୁଗୁଡ଼ା ଜିଲ୍ଲା ଲଇକେରା ଗାଁ: ମଦ ପାଇଁ ୫ବର୍ଷରେ ଗଡ଼ିଲାଣି ୨୫ମୁଣ୍ଡ

ଜିନ୍ଦଲରେ ଟ୍ରେଲର ଡ୍ରାଇଭରଙ୍କ ଆକସ୍ମିକ ମୃତ୍ୟୁ 

bbc

ଝାରସୁଗୁଡ଼ା/ଲଇକେରା: ମଦ ପାଇଁ ଗଡ଼ୁଛି ମୁଣ୍ଡ। ଗତ ୫ ବର୍ଷ ମଧ୍ୟରେ କେବଳ କିଡ୍‌ନି ଓ ଯକୃତ ରୋଗରେ ଆକ୍ରାନ୍ତ ହୋଇ ବ୍ଲକ୍‌ ମୁଖ୍ୟ ଦପ୍ତର ଥିବା ଝାରସୁଗୁଡ଼ା ଜିଲ୍ଲାର ଲଇକେରା ଗ୍ରାମରେ ୨୫ ଜଣଙ୍କ ମୃତ୍ୟୁ ହୋଇଛି। ବେଲଗାମ୍‌ ଭାବେ କୁଚିଆ ମଦ ଭାଟି ଗଢ଼ି ଉଠିବା ଓ ପୁଲିସ- ଅବକାରୀ ବିଭାଗର ନିଷ୍କ୍ରିୟତା ଏହାର ପ୍ରମୁଖ କାରଣ ବୋଲି ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏପରିକି ଆମ ପୁଲିସ ସମିତି ବୈଠକରେ ବି ମହିଳାମାନେ ଏକାଧିକ ଥର ଏହି ପ୍ରସଙ୍ଗ ଉଠାଇଲେଣି। ତଥାପି ମଧ୍ୟ ପୁଲିସ କି ଅବକାରୀ ବିଭାଗର ଚେତା ପଶୁନି।

ଲଇକେରା ଗ୍ରାମର ଗୌନ୍ତିଆ ଟଙ୍କଧର ନାଏକଙ୍କ କହିବା ଅନୁସାରେ ତାଙ୍କ ଗ୍ରାମର ୭ଟି ୱାର୍ଡରେ ଗତ ୫ ବର୍ଷରେ ପ୍ରାୟ ୩୦ ଜଣଙ୍କର ମଦ ଜନିତ ମୃତ୍ୟୁ ହେଲାଣି। ମୃତକଙ୍କ ମଧ୍ୟରେ ବିଶେଷ କରି ଶ୍ରମିକ ଓ ଚାଷୀ ରହିଛନ୍ତି। କେବଳ ‌ଯେ ପ୍ରାପ୍ତ ବୟସ୍କ ମଦ ଯୋଗୁ ରୋଗାକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଛନ୍ତି ତାହା ନୁହେଁ, କିଶୋର ଓ ଯୁବଗୋଷ୍ଠୀ ବି ଏଥିରୁ ବାଦ୍‌ ପଡ଼ୁନାହାନ୍ତି। ଅନେକ ଅଭିଯୋଗ ପରେ ବି ଗାଁରେ ମଦ ବିକ୍ରି ବନ୍ଦ ହୋଇପାରୁନି। ଗ୍ରାମର ଯମୁନା କାଲସାଏଙ୍କ କହିବାନୁସାରେ, ତାଙ୍କ ସ୍ବାମୀ ସବୁବେଳେ ମଦ ପିଉଥିଲେ। ମଦ ‌ଯୋଗୁ ପରିବାରର ଆର୍ଥିକ ମେରୁଦଣ୍ଡ ଭୁଶୁଡ଼ି ଯିବା ପରେ ୨୦୨୦ରେ ସେ ଦାଦନ ଖଟିବାକୁ ଚେନ୍ନାଇ ଯାଇଥିଲେ। ହେଲେ ସେଠାରେ ପହଞ୍ଚୁ ପହଞ୍ଚୁ ତାଙ୍କ ପେଟ ଫୁଲିଗଲା। ଡାକ୍ତରଖାନାରେ ଭର୍ତ୍ତି ପରେ ତାଙ୍କର ମୃତ୍ୟୁ ହୋଇଗଲା। ଗ୍ରାମର ବିନୋଦିନୀ କାଲସାଏଙ୍କର ମଧ୍ୟ ସମାନ ସ୍ଥିତି। ଖାଲି ଏହି ୨ ମହିଳା ନୁହନ୍ତି, ଗତ କିଛି ବର୍ଷ ମଧ୍ୟରେ ମଦ ଯୋଗୁ ଅନେକ ପରିବାର ଉଜୁଡ଼ି ଗଲାଣି। କିନ୍ତୁ ବାରମ୍ବାର ଦାବି ପରେ ବି ଗାଁ ଓ ଆଖପାଖ ଅଞ୍ଚଳରେ ମଦ ବିକ୍ରି ବନ୍ଦ ହେଉନି।

ଲଇକେରା ବ୍ଲକ୍‌ରେ ୪ଟି ଲାଇସେନ୍ସପ୍ରାପ୍ତ ଭାଟି ଥିବାବେଳେ କୁଚିଆ ଭାଟି ସଂଖ୍ୟା ମାଳ ମାଳ। ପାନ ଦୋକାନ, ତେଜରାତି ଦୋକାନ‌ରୁ ନେଇ ହୋଟେଲ ଯାଏ ଉଭୟ ଦେଶୀ ଓ ବିଦେଶୀ ମଦର ପସରା ମେଲିଛି। ସ୍ପଷ୍ଟ ଦିବାଲୋକରେ ଖୋଲାଖୋଲି ଭାବେ ଅଣଲାଇସେନ୍ସପ୍ରାପ୍ତ ଦୋକାନୀମାନେ ମଦ ବିକ୍ରି କରୁଛନ୍ତି। ବିଶେଷ କରି ଜଙ୍ଗଲରେ ତିଆରି ହେଉଥିବା ରନ୍ଧା ମଦ ବିକ୍ରି ହେଉଛି। ଅବକାରୀ ବିଭାଗ ଓ ପୁଲିସ କାଁ ଭାଁ ଜଣେ କି ଦୁଇଜଣ ଲୋକଙ୍କୁ ଧରି ୨-୪ ଲିଟର ମଦ ଧରି ନିଜ ମୁଣ୍ଡରୁ ଦୋଷ ଛଡ଼ାଇ ଦେଉଛନ୍ତି। ହେଲେ ବଡ଼ ବଡ଼ ମାଫିଆଙ୍କୁ ହାତ ମାରୁନାହାନ୍ତି ଏହି ୨ ବିଭାଗ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe