ଡଙ୍ଗର ଉପରେ କରମସାନି : ଲିମ୍‌କା ରେକର୍ଡ ପାଇଁ ଏକାଠି ହେଲେ ୩ ହଜାର କଳାକାର

Advertisment
ଡଙ୍ଗର ଉପରେ କରମସାନି : ଲିମ୍‌କା ରେକର୍ଡ ପାଇଁ ଏକାଠି ହେଲେ ୩ ହଜାର କଳାକାର

ଗାଇସିଲାଟ୍‌ : ଲିମ୍‌କା ବୁକ୍‌ ଜାତୀୟ ରେକର୍ଡ ପାଇଁ ସମ୍ବଲପୁରୀ ଫୋକ୍‌ ଏକାଡେମି ଆନୁକୂଲ୍ୟରେ ରବିବାର ବରଗଡ଼ ଜିଲ୍ଲା ଗାଇସିଲାଟ୍‌ ବ୍ଲକ ସରଧାପାଲି ନିକଟରେ ଥିବା ମହାଜନ ଡୁଙ୍ଗୁରିଠାରେ ବିଶାଳ କରମସାନି ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ୩ ହଜାର କରମା କଳାକାର ମିଳିତ ଭାବେ ବାଦ୍ୟ, ନୃତ୍ୟ ଓ ସଂଗୀତ ପରିବେଷଣ କରିଛନ୍ତି। ଗୁରୁ ରବିରତନ ସାହୁଙ୍କ ସଂଯୋଜନାରେ ସମସ୍ତ କଳାକାର ଏକସମୟରେ ବାଦ୍ୟ ଓ ନୃତ୍ୟ ପରିବେଷଣ କରିଥିଲେ।

publive-image

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନ, ସମ୍ମାନିତ ଅତିଥି ଭାବେ ବିଜେପୁର ବିଧାୟିକା ରୀତା ସାହୁ, ପଦ୍ମଶ୍ରୀ ଅନୁପ ରଞ୍ଜନ ପାଣ୍ଡେ, ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ ଦରୁଆନ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ପଦ୍ମଶ୍ରୀ ଅନୁପ ରଞ୍ଜନ ପାଣ୍ଡେ, ବରିଷ୍ଠ କଳାକାର ଲଳିତ ପଧାନ ଓ ଗଙ୍ଗାଧର ବେହେରାଙ୍କୁ ଲୋକଧାରା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଫୋକ୍‌ ଏକାଡେମିର ସଭାପତି ଭଗବାନ ସାହୁ, କାର୍ଯ୍ୟକାରୀ ସଭାପତି ଜଗଦୀଶ କଲାରୀ, ସମ୍ପାଦକ ରବିରତନ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୁବେର ସାହୁ ଧନ୍ୟବାଦ ଦେଇଥିଲେ। ସୂଚନାଯୋଗ୍ୟ, ଅକ୍ଟୋବର ୧୫ରେ ବରିଷ୍ଠ କଳାକାର ତଥା ଯୋଜନା ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ‘ଡଙ୍ଗର ଉପରେ କରମସାନି’ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe