ଚୂନପଥର ବୋଝେଇ ଟ୍ରେନ୍‌ ଲାଇନଚ୍ୟୁତ

Advertisment
ଚୂନପଥର ବୋଝେଇ ଟ୍ରେନ୍‌ ଲାଇନଚ୍ୟୁତ

ବରଗଡ଼/ଭଟଲି : ବରଗଡ଼ ଏସିସି (ସିମେଣ୍ଟ କାରଖାନା) କମ୍ପାନିର ଚୂନପଥର ବୋଝେଇ ଟ୍ରେନ୍‌ ସମ୍ବରଧରା ନିକଟରେ ଲାଇନଚ୍ୟୁତ ହୋଇଛି। ୬ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ ଟ୍ରେନ୍‌ ଚାଳକ ସୁରକ୍ଷିତ ଅଛନ୍ତି। ଡୁଙ୍ଗୁରି ଖଣିରୁ ବରଗଡ଼ସ୍ଥିତ କାରଖାନାକୁ ଚୂନପଥର ବୋଝେଇ ଆସୁଥିବା ସମୟରେ ଏହି ଅଘଟଣ ଘଟିଥିଲା।

ବରଗଡ଼ରୁ ଡୁଙ୍ଗୁରି ପର୍ଯ୍ୟନ୍ତ ସିମେଣ୍ଟ କାରଖାନାର ବ୍ୟକ୍ତିଗତ ରେଳ ଧାରଣା ରହିଛି। ରେଳ ଲାଇନର ଏଆର୍‌ସି କ୍ଲିପ୍‌କୁ ଦୁର୍ବୃତ୍ତମାନେ ବାରମ୍ବାର ଚୋରି କରୁଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଖଣିରୁ ମୋଟ ୫୦ଟି ୱାଗନ୍‌ରେ ଚୂନପଥର ବୋଝେଇ ହୋଇ ଆସୁଥିଲା। ତେବେ ଏହି କ୍ଲିପ୍‌ଗୁଡ଼ିକ ଖୋଲି ଯାଇଥିବାରୁ ୬ଟି ୱାଗନ୍ ଲାଇନ୍‌ଚ୍ୟୁତ ହୋଇଯାଇଥିଲା। ଯଦିଓ ଏହି ଦୁର୍ଘଟଣାରେ କାହାର ପ୍ରାଣହାନୀ ହୋଇନାହିଁ, ତେବେ କମ୍ପାନିର ବ୍ୟାପକ କ୍ଷତି ହୋଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe