ନୂଆବର୍ଷରୁ ଶ୍ରୀମନ୍ଦିର ଭିତରେ ଧାଡ଼ିଦର୍ଶନ: ନିର୍ମିତ ହେଉଛି ୬ଥାକିଆ କାଠରୢାମ୍ପ୍‌

ଶ୍ରୀମନ୍ଦିର ନାଟମଣ୍ଡପରେ ନୂଆବର୍ଷରୁ ଆରମ୍ଭ ହେବ ଧାଡ଼ିଦର୍ଶନ। ଏଥିପାଇଁ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଲିମିଟେଡ୍‌ (ଓବିସିସି) ପକ୍ଷରୁ ନାଟମଣ୍ଡପରେ ୬ଥାକିଆ କାଠରୢାମ୍ପ୍‌ ନିର୍ମାଣ ଆରମ୍ଭ ହୋଇଛି।

jagannath temple-the financial express

ପୁରୀ: ଶ୍ରୀମନ୍ଦିର ନାଟମଣ୍ଡପରେ ନୂଆବର୍ଷରୁ ଆରମ୍ଭ ହେବ ଧାଡ଼ିଦର୍ଶନ। ଏଥିପାଇଁ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଲିମିଟେଡ୍‌ (ଓବିସିସି) ପକ୍ଷରୁ ନାଟମଣ୍ଡପରେ ୬ଥାକିଆ କାଠରୢାମ୍ପ୍‌ ନିର୍ମାଣ ଆରମ୍ଭ ହୋଇଛି। ଶନିବାର ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ନିର୍ମାଣ ଚାଲିଥିବା କାଠରୢାମ୍ପ୍‌କୁ ବୁଲି ଦେଖିବା ସହ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଆସନ୍ତା ୩୦ ଓ ୩୧ ତାରିଖରେ ପରୀକ୍ଷାମୂଳକ ଭାବେ ରୢାମ୍ପ୍‌ରେ ଧାଡ଼ିଦର୍ଶନ ବ୍ୟବସ୍ଥା କରାଯିବ। 

ଯେଉଁମାନେ କାଠରୢାମ୍ପ୍‌ ଧାଡ଼ିରେ ନଯାଇ କେବଳ ଗରୁଡ଼ ସ୍ତମ୍ଭ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଇଚ୍ଛା କରିବେ, ସେମାନଙ୍କ ପାଇଁ ଗରୁଡ଼ ସ୍ତମ୍ଭ ନିକଟରେ କାଠରୢାମ୍ପ୍‌ର ବ୍ୟବସ୍ଥା ରହିବ। ପରବର୍ତ୍ତୀ ସମୟରେ ଏହି ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ସେବାୟତ ଓ ଭକ୍ତଙ୍କ ପରାମର୍ଶ ଆଧାରରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ପାଢ଼ୀ କହିଛନ୍ତି। ପୂର୍ବରୁ ଭକ୍ତମାନେ ଶ୍ରୀମନ୍ଦିର ଭିତରକୁ ସ୍ବଚ୍ଛନ୍ଦରେ ପ୍ରବେଶ କରୁଥିଲେ ମଧ୍ୟ ହୁଣ୍ଡି ନିକଟରୁ ଭିତରକାଠ ପର୍ଯ୍ୟନ୍ତ ଯିବା ବେଳେ ଠେଲାପେଲା ହୋଇ ଅଣନିଃଶ୍ବାସୀ ହୋଇ ଯାଉଥିଲେ। ଭିତର ଧାଡ଼ି ଦର୍ଶନ ବ୍ୟବସ୍ଥାରେ ରୢାମ୍ପ୍‌ ସହ ବ୍ୟାରିକେଡ୍‌ ବ୍ୟବସ୍ଥା ଯୋଗୁ ଏଣିକି ଭକ୍ତଙ୍କୁ ଠେଲାପେଲାରୁ ମୁକ୍ତି ମିଳିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe