ଭଦ୍ରକ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଲାଇନମ୍ୟାନ୍ ମୃତ

Advertisment
ଭଦ୍ରକ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଲାଇନମ୍ୟାନ୍ ମୃତ

ଭଦ୍ରକ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଲାଇନ୍ ମ୍ୟାନଙ୍କ ମୃତ୍ୟୁ ଘଟଣା ଭଦ୍ରକରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ବିଦୁତ୍ ବିଭାଗର କର୍ମଚାରୀ ଜ୍ଞାନଜିତ ଦାସ (୩୩) ଭଦ୍ରକ କଲେଜ ରୋଡ ନିକଟରେ ଲାଇନ କାମ କରିବାକୁ ଯାଇଥିଲେ। ଲାଇନ କାମ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଆସି ତାଙ୍କର ଭଦ୍ରକ ମେଡିକାଲରେ ମୃତ୍ୟୁ ହୋଇଥିଲା।
ଆଜି ସକାଳେ ତାଙ୍କ ନିଜ ଘର ଧାମନଗର ବ୍ଲକ୍ କରଦା ଅଞ୍ଚଳର ଲୋକ ଓ ପରିବାର ଲୋକ ଆସି ମୃତ ଜ୍ଞାନଜିତଙ୍କର ଶବ ଭଦ୍ରକ ବାଇପାସ୍ ନେସ୍କୋ ଅଫିସ୍ ଆଗରେ ରଖି ଧାରଣା ଦେଇଥିଲେ। ପ୍ରତିବାଦସ୍ବରୂପ ମୃତ କର୍ମଚାରୀଙ୍କର ଦୁଇ ପୁଅଙ୍କୁ ବିଦ୍ୟୁତ ବିଭାଗରେ ଚାକିରି ପ୍ରଦାନ ସହ ମୃତକଙ୍କ ପରିବାରକୁ କୋଟିଏ ଟଙ୍କାର କ୍ଷତିପୂରଣ ଦିଆଯିବାକୁ ଦାବି କରାଯାଇଛି।

ତେବେ ଏନେଇ ନେସ୍କୋ ପକ୍ଷରୁ କୌଣସି ପ୍ରତିଶ୍ରୁତି ଦିଆଯାଇ ନଥିବା ଯୋଗୁ ଅସନ୍ତୋଷ ଦେଖିବାକୁ ମିଳିଛି। ରିପୋର୍ଟ ପ୍ରସ୍ତୁତ ହେବା ଯାଏଁ ଧାରଣା ହଟିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe