ଲିଙ୍ଗରାଜ ମନ୍ଦିର ଜଗମୋହନରେ ଫାଟ; ବିପଦ ଆଶଙ୍କା ପ୍ରକଟ କଲେ ପ୍ରତ୍ନତତ୍ତ୍ୱ ବିଶେଷଜ୍ଞ

Advertisment
ଲିଙ୍ଗରାଜ ମନ୍ଦିର ଜଗମୋହନରେ ଫାଟ; ବିପଦ ଆଶଙ୍କା ପ୍ରକଟ କଲେ ପ୍ରତ୍ନତତ୍ତ୍ୱ ବିଶେଷଜ୍ଞ

IndianHoliday

ଭୁବନେଶ୍ବର : ପୁରୀ ଜଗନ୍ନାଥ ମନ୍ଦିରର ଜଗମୋହନରେ ଫାଟକୁ ନେଇ ତନାଘନା ଚାଲିଥିବା ବେଳେ ଆଢୁଆଳରେ ରହିଯାଇଛି ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର । ଲିଙ୍ଗରାଜ ମନ୍ଦିରର ଜଗମୋହନ ଖୁମ୍ବରେ ଫାଟ ରହିଛି । ଏ ନେଇ ବଡ ବିପଦ ଆଶଙ୍କା କରିଛନ୍ତି ପ୍ରତ୍ନତତ୍ତ୍ୱ ବିଭାଗର ବିଶେଷଜ୍ଞ । ଜଗମୋହନ ଖୁମ୍ବରେ ଫାଟ ରହିଥିବାରୁ ତୁରନ୍ତ ଏହାର ମରାମତି କରା ନଗଲେ ସ୍ଥିତି ସଂଗୀନ ହେବ ବୋଲି କହିଛନ୍ତି ଏଏସଆଇ ଟେକନିକାଲ କମିଟି ମୁଖ୍ୟ ଜିସି ମିତ୍ର । ସେ କହିଛନ୍ତି ଯେ ଲିଙ୍ଗରାଜ ମନ୍ଦିରର ଜଗମୋହନର ଖୁମ୍ବରେ ଭର୍ଟିକାଲ୍ କ୍ରାକ୍ ବା ସମାନ୍ତରାଳ ଫାଟ ରହିଛି। ଏହାର ତୁରନ୍ତ ମରାମତି ଆବଶ୍ୟକ। ଜିସି ମିତ୍ରଙ୍କ ସହ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଏଏସଆଇ ରାଜ୍ୟ ମୁଖ୍ୟ ପ୍ରତ୍ନତତ୍ୱବିଦ୍ କ୍ଷମାସାଗର ନାୟକ କହିଛନ୍ତି । ଲିଙ୍ଗରାଜ ମନ୍ଦିରର ସ୍ଥିତି ନେଇ ଚିନ୍ତା ପ୍ରକଟ କରିଛନ୍ତି ବରିଷ୍ଠ ସେବାୟତ ତଥା ଗବେଷକ ଭାଗୀରଥୀ ମହାସୁଆର ।

ଆସନ୍ତା ସପ୍ତାହରୁ ଆରମ୍ଭ ହେବ ଶ୍ରାବଣ ମାସ ସୋମବାର । ଶ୍ରାବଣ ହେଉଛି ଶ୍ରୀଲିଙ୍ଗରାଜଙ୍କ ମାସ। ତେଣୁ ଏଠାକୁ ଦର୍ଶନ ପାଇଁ ପ୍ରତ୍ୟକ ଦିନ ହଜାର ହଜାର ସଂଖ୍ୟାରେ ଭକ୍ତ ଆସିବେ । ତେବେ ଆଗକୁ ମନ୍ଦିରରେ ଲୋକ ଗହଳି ଲାଗି ରହିବ । ଏପରିସ୍ଥଳେ ଜଗମୋହନ ଖୁମ୍ବରେ ଫାଟ ଚିନ୍ତାର ବିଷୟ ପାଲିଟିଛି । ତେବେ ପ୍ରଶାସନ ଏ ଦିଗରେ ତୁରନ୍ତ ଧ୍ୟାନ ଦେଇ ସହ ତୁରନ୍ତ କିଛି ପଦକ୍ଷେପ ନେବେ ବୋଲି ଆଶାକରାଯାଉଛି ।

publive-image IndianHoliday

ସୂଚନାଯୋଗ୍ୟ, ଏକାଦଶ ଶତାବ୍ଦୀରେ ନିର୍ମାଣ ହୋଇଥିଲା ଲିଙ୍ଗରାଜ ମନ୍ଦିର । ଏହି ମନ୍ଦିରର ନିର୍ମାଣ ଶୈଳୀ ଦେଖି ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିର ନିର୍ମାଣ ହୋଇଥିଲା ବୋଲି ଗବେଷକ ମତ ଦିଅନ୍ତି । ଏହା ଦୃଷ୍ଟିରୁ ଦେଖିବାକୁ ଗଲେ ଲିଙ୍ଗରାଜ ମନ୍ଦିର ଭଳି ପୁରାତନ କୀର୍ତ୍ତିର ସୁରକ୍ଷା ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe