ଭାଙ୍ଗିଲା ଲିଙ୍ଗରାଜ ମନ୍ଦିରର ଟ୍ରଷ୍ଟ ବୋର୍ଡ

ଭାଙ୍ଗିବନି ପରଂପରା: ଲକ୍‌ଡାଉନ୍ ନିୟମ ମାନି ୨୭ରେ ପାଳନ ହେବ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା

Photo: Odisha Tourism

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରର ପୁରୁଣା ଟ୍ରଷ୍ଟ ବୋର୍ଡ ଭାଙ୍ଗିଛି। ପୁରୁଣା ଟ୍ରଷ୍ଟ ବୋର୍ଡକୁ ଭାଙ୍ଗି ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟ ବୋର୍ଡ ଗଠନ କରାଯାଇଛି। ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟ ବୋର୍ଡକୁ ଦେବୋତ୍ତର କମିସନ ଗଠନ କରିଥିବା ଜଣାପଡ଼ିଛି। ନୂତନ ଟ୍ରଷ୍ଟ ବୋର୍ଡରେ ଖୋର୍ଦ୍ଧା ଜିଲ୍ଲାପାଳ ଅଧ୍ୟକ୍ଷ ରହିବେ। ଏଥିରେ ୩ ନିଯୋଗର ପ୍ରତିନିଧିଙ୍କୁ ସାମିଲ କରାଯାଇଛି।

ତେବେ ମଧ୍ୟବର୍ତ୍ତୀକାଳୀନ ଟ୍ରଷ୍ଟ ବୋର୍ଡର କାର୍ଯ୍ୟକାଳ ୧ ବର୍ଷ ରହିବ। ପୁରୁଣା ଟ୍ରଷ୍ଟ ବୋର୍ଡର କିଛି ସଭ୍ୟଙ୍କ ବିରୋଧରେ ଅଭିଯୋଗ ଥିବାରୁ ଏହାକୁ ଭଙ୍ଗାଯାଇଛି। ଲିଙ୍ଗରାଜଙ୍କ ଜମି ବିକିଥିବା ଓ ବେଆଇନ ମାଡ଼ିବସିଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe