ଭୁବନେଶ୍ବର: ମାତାଲ ହେଲେ ରାଜଧାନୀବାସୀ । ମଦ ପିଇ ଉଡ଼ାଇଦେଲେ କୋଟି କୋଟି ଟଙ୍କା । ନିଶାପାଣିରେ ୩୨ କୋଟି ଉଡ଼ାଇ ଦେଲେ ଭୁବନେଶ୍ବର ଲୋକ । ୭ ଦିନରେ ୩୨ କୋଟି ଟଙ୍କାର ମଦ ପିଇ ଦେଇଛନ୍ତି ରାଜଧାନୀ ବାସିନ୍ଦା । ସାମ୍ନାକୁ ଆସିଲା ଚମକାଇଦେଲା ଭଳି ଖବର ।
ଆହୁରି ପଢନ୍ତୁ- Air India Pilot: ପେଟେ ମଦ ପିଇ ବିମାନ ଉଡାଣ ଭରୁଥିଲେ ପାଇଲଟ, ଧରାଇଦେଲା ଗନ୍ଧ... ବିଳମ୍ବରେ ଉଡ଼ିଲା ବିମାନ, ବଡ଼ ଅଘଟଣରୁ ବର୍ତ୍ତିଗଲେ ଯାତ୍ରୀ...
ତେବେ ବଡ଼ଦିନରୁ ଜିରୋ ନାଇଟ ଭିତରେ ମଦରେ ଉଡିଯାଇଛି କୋଟି କୋଟି ଟଙ୍କା । ଡିସେମ୍ବର ୨୫ରୁ ୩୧ ତାରିଖ ଭିତରେ ୩୨ କୋଟି ଟଙ୍କା ମଦ ପିଇ ଉଡାଇ ଦେଇଛନ୍ତି ଲୋକେ । ପାଣି ପରି ମଦରେ ଉଡାଇଛନ୍ତି ମୋଟ ୩୨ କୋଟି ୫୫ ଲକ୍ଷ ୧୨ ହଜାର ୫୬୦ ଟଙ୍କା ।
ଆହୁରି ପଢନ୍ତୁ- Gold Rate calculation: ସୁନା ଦାମ୍ କେମିତି ହିସାବ କରନ୍ତି ବ୍ୟବସାୟୀ?
ଲକ୍ଷ ଲକ୍ଷ ଲିଟର ମଦ ପିଇଦେଲେ
ତେବେ ୩୨ କୋଟିରୁ ୩ କୋଟି ୫୬ ଲକ୍ଷ ୧୧ ହଜାର ଟଙ୍କାର ବିୟର ପିଇଛନ୍ତି ରାଜଧାନୀବାସୀ । ୨୮ କୋଟି ୪ ଲକ୍ଷ ୮୧ ହଜାର ଟଙ୍କାର ବିଦେଶୀ ମଦ ପିଇଛନ୍ତି । ୯୪ ଲକ୍ଷ ୨୦ ହଜାର ଟଙ୍କାର ଦେଶୀ ମଦ ପିଇଛନ୍ତି ଭୁବନେଶ୍ବର ଲୋକେ । ଅଢେଇ ଲକ୍ଷ ଲିଟର ବିଦେଶୀ ମଦ, ଦେଢ ଲକ୍ଷ ଲିଟର ଦେଶୀ ମଦ ଏବଂ ୧ ଲକ୍ଷ ୭୮ ହଜାର ଲିଟର ବିୟର ପିଇଛନ୍ତି ରାଜଧାନୀବାସୀ । ଯାହା ଅବକାରୀ ବିଭାଗ ତରଫରୁ ଏହି ତଥ୍ୟ ଆସିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/18/2025-07-18t125305434z-495579873_4103788763196742_5280183960216432299_n-2025-07-18-18-23-05.jpg)
/sambad/media/media_files/2026/01/01/liquor-2026-01-01-18-37-57.jpg)