ମଦ ଧରପଗଡ଼ ଅବକାରୀ ଓ ପୁଲିସ ସହ ହାତାହାତି: ଗ୍ରାମବାସୀଙ୍କ ଆକ୍ରମଣରେ ୫ ଭାଟି କର୍ମଚାରୀ ଗୁରୁତର

Advertisment

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ନିକଟ କର୍ଲାକାନୀ ଗାଁରେ ଦେଶୀ ମଦ ଚଢ଼ଉ କରିବାକୁ ଯାଇ ଅବକାରୀ କର୍ମଚାରୀ ଓ ପୁଲିସ ଆକ୍ରମଣର ଶିକାର ହୋଇଛନ୍ତି। ଗ୍ରାମବାସୀଙ୍କ ଆକ୍ରମଣରେ ମଦଭାଟିର ୫ ଜଣ କର୍ମଚାରୀ ମନୀଷ ସିଂହ ରାଜପୁତ....

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ନିକଟ କର୍ଲାକାନୀ ଗାଁରେ ଦେଶୀ ମଦ ଚଢ଼ଉ କରିବାକୁ ଯାଇ ଅବକାରୀ କର୍ମଚାରୀ ଓ ପୁଲିସ ଆକ୍ରମଣର ଶିକାର ହୋଇଛନ୍ତି। ଗ୍ରାମବାସୀଙ୍କ ଆକ୍ରମଣରେ ମଦଭାଟିର ୫ ଜଣ କର୍ମଚାରୀ ମନୀଷ ସିଂହ ରାଜପୁତ....

dssdxcxc

ରାଜଗାଙ୍ଗପୁର: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ନିକଟ କର୍ଲାକାନୀ ଗାଁରେ ଦେଶୀ ମଦ ଚଢ଼ଉ କରିବାକୁ ଯାଇ ଅବକାରୀ କର୍ମଚାରୀ ଓ ପୁଲିସ ଆକ୍ରମଣର ଶିକାର ହୋଇଛନ୍ତି। ଗ୍ରାମବାସୀଙ୍କ ଆକ୍ରମଣରେ ମଦଭାଟିର ୫ ଜଣ କର୍ମଚାରୀ ମନୀଷ ସିଂହ ରାଜପୁତ, କୁଲକେନ୍ଦ୍ର ସିଂହ, ଲମଲେନ୍ଦ୍ର ସିଂହ, ସୁନୀଲ କୁମାର ଓ ମୁନା କୁମାର ସିଂହ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।  

କର୍ଲାକାନୀରେ ଦେଶୀ ମଦ ରନ୍ଧା ହେଉଥିବା ଖବର ପାଇ ଅବକାରୀ ଓ ରାଜଗାଙ୍ଗପୁର ଥାନା ପୁଲିସ ଆଜି ସକାଳ ୬ଟା ସମୟରେ ଗାଁରେ ଚଢ଼ଉ କରିଥିଲେ। ଗାଁର ପୁରୁଷ ଓ ମହିଳା ଅବକାରୀ ବିଭାଗକୁ ଦେଖି ସଂଘବଦ୍ଧ ଭାବେ ଲୁହାଛଡ଼, ବାଡ଼ି ପ୍ରଭୃତି ଧରି ଅବକାରୀ ଟିମ୍‌ ଓ ସେମାନଙ୍କ ସହିତ ଯାଇଥିବା ଭାଟି କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅବକାରୀ ଅଧିକାରୀ ସଞ୍ଜୀବ କୁମାର ଶର୍ମା କହିଛନ୍ତି। ଖବର ପାଇ ସୁନ୍ଦରଗଡ଼ ଜିଲ୍ଲା ଅବକାରୀ ଅଧୀକ୍ଷକ ପ୍ରମୋଦ ପଣ୍ଡା ଥାନାରେ ପହଞ୍ଚି ଏସ୍‌ଡିପିଓ ଓ ଥାନାଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ରାଜଗାଙ୍ଗପୁର ପୁଲିସ ମଧ୍ୟାହ୍ନରେ ଉକ୍ତ ଗାଁକୁ ଯିବା ସମୟରେ ଶତାଧିକ ମହିଳା ବିରୋଧ କରିଥିଲେ। କାହିଁକି ମଦଭାଟି କର୍ମଚାରୀମାନେ ନିୟମିତ ଗାଁକୁ ଆସି ଲୋକଙ୍କୁ ଧମକଚମକ ଦେଉଛନ୍ତି ବୋଲି ପ୍ରଶ୍ନ କରିଥିଲେ।

ଅବକାରୀ ଚଢ଼ଉ ବେଳେ ମଦଭାଟି କର୍ମଚାରୀଙ୍କୁ ସାଙ୍ଗରେ କାହିଁକି ଆଣୁଛନ୍ତି ବୋଲି ପଚାରିଥିଲେ। ଏହି ଘଟଣା ପରେ ଶତାଧିକ ମହିଳା ରାଜଗାଙ୍ଗପୁର ଥାନାରେ ପହଞ୍ଚି ଭାଟି କର୍ମଚାରୀଙ୍କ ବିରୋଧରେ ଏତଲା ଦେଇଛନ୍ତି। ରାଜଗାଙ୍ଗପୁରର ବିଜେପି ନେତା ନିରସିଂହ ମିଞ୍ଜ ଥାନାରେ ପହଞ୍ଚି କେଉଁ ନିୟମରେ ଭାଟି କର୍ମଚାରୀଙ୍କୁ ମଦ ଚଢ଼ଉ ସମୟରେ ପ୍ରଶାସନ ନେଉଛି ବୋଲି ପ୍ରଶ୍ନ କରିଥିଲେ। ଉଭୟପକ୍ଷର ମାରପିଟ୍‌ରେ ଆହତ ମହିଳାଙ୍କୁ ଡାକ୍ତରଖାନାରେ ଚିକିତ୍ସା ନ କରି ପ୍ରଥମେ ଥାନାରେ ଅଭିଯୋଗ କରି ଆସ ବୋଲି କୁହାଯାଇଥିବା ମହିଳାମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe