ଦେଶୀ ମଦ ଚୋରା ଚାଲାଣକାରୀଙ୍କ ଉତ୍ପାତ: ପୁଲିସ୍‌ ଉପରେ ଗାଡ଼ି ଚପାଇ ମାରିବାକୁ ଉଦ୍ୟମ

Advertisment

ମଦ ଓ ଖଣ୍ତା ଜବତ, ଜଣେ ଗିରଫ

ମଦ ଓ ଖଣ୍ତା ଜବତ, ଜଣେ ଗିରଫ

ଦେଶୀ ମଦ ଚୋରା ଚାଲାଣକାରୀଙ୍କ ଉତ୍ପାତ: ପୁଲିସ୍‌ ଉପରେ ଗାଡ଼ି ଚପାଇ ମାରିବାକୁ ଉଦ୍ୟମ

Kalinga TV

ଢେଙ୍କାନାଳ : ମଦ ଚୋରାଚାଲାଣକାରୀଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢିଚାଲିଛି। ତାଉପରେ ରୋକ୍‌ ଲଗାଯାଇପାରୁ ନାହିଁ। ଏହାର ସୁଯୋଗ ନେଇ ସୋମବାର ଦିନ ଏକ ମଦ ବୋଝେଇ ବୋଲେରୋ ଗାଡି ଆଠଗଡ଼ରୁ ଚୋରା ଚାଲାଣ ହୋଇ ଯାଜପୁର ଆଡ଼କୁ ଯାଉଥିବା ବେଳେ ବାଟରେ ତାକୁ ପୁଲିସ୍‌ କାବୁ କରିବାକୁ ଚେଷ୍ଟା କରିଥିଲେ। ପୁଲିସ୍‌ ଉପରେ ଗାଡ଼ି ଚଢାଇ ମାରି ଦେବାକୁ ଉଦ୍ୟମ କରି ଦୁର୍ବୃତ୍ତମାନେ ଖସି ପଳାଉଥିବା ବେଳେ ତାର ପିଛା କରି ପୁଲିସ୍‌ ଗାଡିକୁ କାବୁ କରିଛି।

ସୂଚନା ଅନୁଯାୟୀ, ଓଆର୍ ୦୫ଏ.ଏଫ୍ ୩୯୫୫ ନମ୍ବର ବୋଲେରୋରେ ଆଠଗଡ଼ରୁ ଚୋରା ଦେଶୀ ମଦ ଚାଲାଣ ହୋଇ ଢେଙ୍କାନାଳ ସହର ଦେଇ ଯାଜପୁର ଆଡକୁ ଯାଉଥିଲା। କୌଣସି ସୂତ୍ରରୁ ଟାଉନ୍ ଥାନା ପୁଲିସ୍‌ ଖବର ପାଇ ଗାଡ଼ିକୁ ସହରର ବାଜିଚୌକ୍‌ଠାରୁ ପିଛା କରି ଢେଙ୍କାନାଳ - କପିଳାସ ରାସ୍ତାର ଭଗବାନପୁରଠାରେ ଅଟକାଇଥିଲେ। ଗାଡିରୁ ଓହ୍ଲାଇ ପୁଲିସ୍‌ କର୍ମଚାରୀମାନେ ବୋଲେରୋ ପାଖକୁ ଆସୁଥିବା ବେଳେ ବୋଲେରୋ ଚାଳକ ତାଙ୍କ ଉପରକୁ ଗାଡି ଚଢାଇ ଦେବାକୁ ଉଦ୍ୟମ କରି ଦ୍ରୁତ ଗତିରେ ସେଠାରୁ ପଳାଇଥିଲା। ତେବେ ପୁଲିସ୍‌ କର୍ମଚାରୀମାନେ ପୁନର୍ବାର ତାକୁ ପିଛା କରି ଯୋରନ୍ଦା - ରାଧାଦେଇପୁର ରାସ୍ତା ଉପରେ କାବୁ କରି ନେଇଥିଲେ। ଗାଡି ଭିତରୁ ପ୍ରାୟ ୧୦୦ ଲିଟର ମଦ, ଖଣ୍ତା ଜବତ କରାଯାଇଛି। ଗାଡିରେ ଥିବା ମଦ ବ୍ୟବସାୟୀ ଫେରାର୍ ହୋଇଯାଇଥିବା ବେଳେ ଚାଳକକୁ ପୁଲିସ୍‌ କାବୁ କରିନେଇଥିଲେ। ଚାଳକ ଢେଙ୍କାନାଳ ସହର ମହ୍ଲା ସାହିର ଶିବ ନାରାୟଣ ବେହେରା(୪୫) ବୋଲି ପୁଲିସ୍‌ ସୂତ୍ରରୁ ଜଣାଯାଇଛି। ଏହି ଘଟଣାରେ ଏସ୍‌ଆଇ ଚନ୍ଦ୍ରକାନ୍ତ ସେଠୀ ଏବଂ ଏପିଆର୍ ସୌମ୍ୟ ରଞ୍ଜନ ସାହୁ ଆହତ ହୋଇଥିବା ଥାନା ଅଧିକାରୀ ରାଜେନ୍ଦ୍ର ମହାପତ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe