ଓଲଟିଲା ମଦ ବୋଝେଇ ଭ୍ୟାନ, ଡ୍ରାଇଭର ଆହତ

Advertisment
ଓଲଟିଲା ମଦ ବୋଝେଇ ଭ୍ୟାନ, ଡ୍ରାଇଭର ଆହତ

Tribune India

ଘଟଗାଁ : ବାଲେଶ୍ୱରରୁ ଆସୁଥିବା ଏକ ବିଦେଶୀମଦ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ (ଓଡି-୦୧-ଏଏଫ୍‌--୮୬୦୭) ଘଟଗାଁ ବାଇପାସ୍‌ ନିକଟରେ ଓଲଟି ପଡ଼ିଛି। ଫଳରେ ଲକ୍ଷାଧିକ ଟଙ୍କାର ବିଦେଶୀମଦ ନଷ୍ଟ ହେବା ସହ ଗାଡ଼ି ଚାଳକ ଗୁରୁତର ଆହତ ହୋଇଛନ୍ତି।

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଖବର ପାଇ ଘଟଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। ପିକ୍‌ଅପ୍‌ ଭ୍ୟାନ୍‌ଟି କେନ୍ଦୁଝର ସହରର ଏକ ବାର୍‌କୁ ମଦ ଦେବାକୁ ଯାଉଥିଲା ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe