image source-Sabrang India
ଭଦ୍ରକ : ଭଦ୍ରକ ଟାଉନ ପୁଲିସ ଆଜି ଚଢାଉ କରି ଚୋରାରେ ନେଉଥିବା ଜଣେ ମଦ ବେପାରୀଙ୍କଠାରୁ ମଦ ଜବତ କରିବା ସହ ମଦ ନେଇ ଯାଉଥିବା ଚୋରା ବେପାରୀ ମଦନ ବେହେରାଙ୍କୁ ମଧ୍ୟ ଗିରଫ କରିଛି। ପ୍ରକାଶଥାଉକି ଗତ କିଛି ଦିନ ହେଲା ଭଦ୍ରକରେ ଚୋରା ମଦ କାରବାର ବୃଦ୍ଧି ପାଇଥବା ବେଳେ ଅବକାରୀ ବିଭାଗ ସବୁ ଜାଣି ନୀରବରେ ବସିଯାଇଥିବା ବେଳେ ଟାଉନ ପୁଲିସ ପୋଟ୍ରୋଲିଂ କରି ଏବେ ଚୋରା ମଦ ବେପାରୀଙ୍କ ଉପରେ ଚଢାଉ ଜାରି ରଖିଛି। ଭଦ୍ରକରେ ଲକ୍ ଡାଉନ୍ ଓ ସଟ୍ଡାଉନ୍ ରହିଥିବା ବେଳେ ଏପରି ସ୍ଥିତିରେ ଚୋରା ମଦ ବେପାରୀ ତାଙ୍କର ଚୋରା କାରବାର ଜାରିରଖିଛନ୍ତି। ଗତକାଲି ଭଦ୍ରକ ଟାଉନ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଚୋରା ମଦ ବେପାରୀଙ୍କୁ ଧରିଥିବା ବେଳେ ଆଜି ପୁଣି ଭଦ୍ରକର ଚରମ୍ପା ଅଞ୍ଚଳରେ ଚଢାଉ କରି ଚୋରା ମଦ ଜବତ କରିବା ସହ ବେପାରୀଙ୍କୁ ଗିରଫ କରିଛି।
Follow Us