ଯୁକ୍ତ ୨ ନାମଲେଖା ପାଇଁ ମେଧା ତାଲିକା ଆଜି

Advertisment
ସରିଲା ଯୁକ୍ତ୨ ଖାତା ଦେଖା, ଦୁଇଟି ପଦ୍ଧତିରେ ମିଳିବ ମାର୍କ

Justdial

ଭୁବନେଶ୍ବର : ଯୁକ୍ତ ୨ ନାମଲେଖା ପାଇଁ ସୋମବାର ମେଧା ତାଲିକା ପ୍ରକାଶ ପାଇବ। ପୂର୍ବାହ୍ନ ସାଢ଼େ ୧୧ଟା‌ରେ ତାଲିକା ପ୍ରକାଶ ସହ ବିଭିନ୍ନ କଲେଜ କଟ୍‌ ଅଫ୍‌ ମାର୍କ ମଧ୍ୟ ଉପଲବ୍ଧ ହେବ। ଏହି ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମଲେଖା ୧୪ରୁ ୨୧ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ନାମଲେଖା ସମୟରେ ଯେପରି କରୋନା କଟକଣାକୁ କଡ଼ାକଡ଼ି ଭାବେ ପାଳନ କରାଯିବ, ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି।

ଏ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ଇଣ୍ଟିମେସନ୍‌ ଲେଟର୍‌ରେ ସବିଶେଷ ତଥ୍ୟ ରହିବ। ପିଲାମାନେ କେଉଁ ସମୟରେ ନାମଲେଖା ପାଇଁ କ୍ୟାମ୍ପସକୁ ଆସିବେ, ସେନେଇ ଇଣ୍ଟିମେସନ୍‌ ଲେଟର୍‌ରେ ଉଲ୍ଲେଖ କରାଯିବ। ନାମ ଲେଖାଇବାକୁ ଆସିବା ସମୟରେ ମାସ୍କ ପରିଧାନ, ଥର୍ମାଲ ସ୍କ୍ରିନିଂ, ବିଶୋଧନ ଓ ସାମାଜିକ ଦୂରତା ବଜାୟ ରଖିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଯୁକ୍ତ୨ କଲେଜର ଅଧ୍ୟକ୍ଷଙ୍କୁ କୁହାଯାଇଛି। ପ୍ରତି ଘଣ୍ଟାରେ ଅତିବେଶିରେ ୧୫ଜଣ ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବାକୁ ଅନୁମତି ଦିଆଯିବ। ପୂର୍ବାହ୍ନ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ନାମଲେଖା ହେବ। ପୂର୍ବାହ୍ନ ୯ଟାରୁ ଅପରାହ୍‌ଣ ଗୋଟାଏ ଓ ଅପରାହ୍‌ଣ ଗୋଟାଏରୁ ୫ଟା ଯାଏ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ଅନୁଷ୍ଠିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe