ଆବର୍ଜନାମୁକ୍ତ ସହର ତାଲିକା: ସ୍ଥାନ ପାଇଲାନି ରାଜ୍ୟର ‌କୌଣସି ସହର

Advertisment
ଆବର୍ଜନାମୁକ୍ତ ସହର ତାଲିକା: ସ୍ଥାନ ପାଇଲାନି ରାଜ୍ୟର ‌କୌଣସି ସହର

Telegraph India

ଭୁବନେଶ୍ବର: ଓଡ଼ିଶାର କୌଣସି ସହର ଦେଶର ଆବର୍ଜନାମୁକ୍ତ ସହର ତାଲିକାରେ ସ୍ଥାନ ପାଇନାହିଁ। କେନ୍ଦ୍ର ଗୃହ ଓ ସହରାଞ୍ଚଳ ମନ୍ତ୍ରାଳୟ ପକ୍ଷରୁ ୨୦୧୯/୨୦ ପାଇଁ ପ୍ରକାଶ ପାଇଥିବା ୧୪୧ଟି ଆବର୍ଜନାମୁକ୍ତ ସହର ଭିତରେ ସ୍ଥାନ ପାଇବାରେ ରାଜ୍ୟ ବିଫଳ ହୋଇଛି। ଦେଶର ୬ଟି ସହରକୁ ପଞ୍ଚତାରକା ରେଟିଂ ମିଳିଥିବା ବେଳେ ୬୫ଟି ସହର ୩ତାରକା ଓ ୭୦ଟି ସହରକୁ ଏକ ତାରକା ଦିଆଯାଇଛି।

ଏଥିପାଇଁ ଦେଶର ୧୪୩୫ ସହର ଆବେଦନ କରିଥିବା ବେଳେ ତହିଁରୁ ୬୯୮ଟି ସହରକୁ ହିଁ ଅନୁଶୀଳନ କରିବା ପାଇଁ ଅନୁମତି ଦିଆଯାଇଥିଲା। ଏଥିରେ ୧.୧୯ କୋଟି ଲୋକଙ୍କ ମତାମତ ନିଆଯାଇଥିଲା। ୧୦ ଲକ୍ଷ ଜିଓ ଟ୍ୟାଗ୍ ଫଟୋ ସହ ୫୧୭୫ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟକୁ ୧୨୧୦ ଜଣ ଫିଲ୍‌ଡ ଅଧିକାରୀ ପରିଦର୍ଶନ କରିଥିଲେ। ସହରଗୁଡ଼ିକୁ ଆବର୍ଜନା ମୁକ୍ତ କରିବା ଓ ଲୋକମାନଙ୍କ ମଧ୍ୟରେ ସଫାସୁତରାକୁ ବଜାୟ ରଖିବା ଉଦ୍ଦେଶ୍ୟରେ ୨୦୧୮ ମସିହାରେ ଏହି ରେଟିଂ ପ୍ରୋଟୋକଲ ଆରମ୍ଭ କରାଯାଇଥିଲା। ନିକଟରେ ଏହାର ସଂଶୋଧିତ ପ୍ରୋଟୋକଲ ଘୋଷଣା କରାଯାଇଛି। ଦେଶର ୫ ତାରକା ପାଇଥିବା ସହରଗୁଡ଼ିକ ହେଲା ଛତିଶଗଡ଼ର ଅମ୍ବିକାରପୁର, ଗୁଜୁରାଟର ରାଜକୋଟ ଓ ସୁରତ, କର୍ଣ୍ଣାଟକର ମହୀଶୂର, ମଧ୍ୟପ୍ରଦେଶର ଇନ୍ଦୋର ଓ ମୁମ୍ବାଇର ନବି ମୁମ୍ବାଇ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe