ୱେବ୍‌ ଚ୍ୟାନେଲ ସଂପାଦକଙ୍କ ଠକେଇ ତାଲିକା ଲମ୍ବୁଛି: ୪ ଲକ୍ଷ ଠକିଥିବା ନେଇ ନୂଆ ଅଭିଯୋଗ

ୱେବ୍‌ ଚ୍ୟାନେଲ ସାମ୍ବାଦିକ ସୁଧାଂଶୁଙ୍କ ବିରୋଧରେ ଆଉ ଏକ ଅଭିଯୋଗ: ବବିଙ୍କ ଲେଟରପ୍ୟାଡ୍‌ ଜାଲ୍‌ କରି ଠକିଥିଲେ ୨ଲକ୍ଷ

ଦଶରଥପୁର : ୱେବ୍‌ ଚ୍ୟାନେଲ ସଂପାଦକ ସୁଧାଂଶୁ ଶେଖର ରାଉତଙ୍କ ନାମରେ ଠକେଇ ତାଲିକା ଲମ୍ବି ଚାଲିଛି। ପୁଣି ତାଙ୍କ ନାମରେ ଆସିଛି ୪ ଲକ୍ଷ ଟଙ୍କା ଠକେଇର ଅଭିଯୋଗ। ଥାଲକୁଡ଼ି ଗ୍ରାମର ରବୀନ୍ଦ୍ର ସେନାପତିଙ୍କଠାରୁ ୯ ବର୍ଷ ତଳେ ସେ ୪ ଲକ୍ଷ ଟଙ୍କା କରଜ ନେଇଥିଲେ। ଏହି ଟଙ୍କା ଆଉ ସେ ଫେରସ୍ତ କରୁନାହାନ୍ତି। ଟଙ୍କା ମାଗିବାରୁ ଗାଳିଗୁଲଜ କରିବା ସହ ମାରିବା ପାଇଁ ଧମକ ଦେଉଛନ୍ତି। ରବୀନ୍ଦ୍ର ଏ ନେଇ ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ରବୀନ୍ଦ୍ରଙ୍କ ଅଭିଯୋଗ ଅନୁସାରେ ସୁଧାଂଶୁ ଶେଖର ରାଉତ ଓରଫ ବାପି ଏକ ଠିକାକାର୍ଯ୍ୟ ପାଇଁ ୨୦୨୧ ଜୁଲାଇ ୧୩ ତାରିଖରେ ୪ ଲକ୍ଷ ଟଙ୍କା କରଜ ନେଇଥିଲେ। ଏଥିନେଇ ସେ ଏଗ୍ରିମେଣ୍ଟ ପେପରରେ ଲିଖିତନାମା ଦେଇଥିଲେ। ଏହି ସମୟରେ ରବୀନ୍ଦ୍ରଙ୍କ ଡ୍ରାଇଭର ସେକ୍‌ ବିଲା ଓ ବାପିଙ୍କ ପତ୍ନୀ ଜୟଶ୍ରୀ ରାଉତ ସାକ୍ଷୀ ଭାବେ ଦସ୍ତଖତ କରିଥିଲେ। କରଜ ଟଙ୍କା ୬ ମାସ ମଧ୍ୟରେ ଫେରସ୍ତ କରିବାକୁ ବାପି ପ୍ରତିଶ୍ରୁତି ଦେଇଥିଲେ। ସମୟସୀମା ପରେ ଟଙ୍କା ମାଗିବାରୁ ବାପି ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି।

ସୂଚନାଥାଉକି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜାଲ୍‌ ଲେଟର ପ୍ୟାଡ୍‌ରେ ଚାକିରି କରାଇଦେବା ଆଳରେ ମଙ୍ଗଳପୁର ଥାନା କୟାଁ ପଞ୍ଚାୟତ ଦୁବକଣ ଗ୍ରାମର ଭୀମସେନ ଜେନାଙ୍କ ପୁଅ କ୍ଷୀରୋଦ ଚନ୍ଦ୍ର ଜେନାଙ୍କ ଠାରୁ ୧ ଲକ୍ଷ ଟଙ୍କା ଠକି ନେଇଥିଲେ। ସେହିପରି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଜାଲ୍‌ ଲେଟର ପ୍ୟାଡ ବ୍ୟବହାର କରି ଠିକା କାମ ପାଇଁ ଅର୍ଥ ଆବଶ୍ୟକ ଥିବା ଦର୍ଶାଇ ଠକିଥିବା ଭଳି ଅଭିଯୋଗ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe