ସମ୍ବଲପୁର: ବିଶିଷ୍ଟ ସାହିତ୍ୟିକ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସମ୍ବଲପୁରୀ ଚଳଚ୍ଚିତ୍ର ‘ଭୁଖା’ର ଲେଖକ ମଙ୍ଗଳୁଚରଣ ବିଶ୍ବାଳ ଅସୁସ୍ଥ ହୋଇପଡ଼ିଛନ୍ତି। କିଛିଦିନ ହେବ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତାରେ ପୀଡ଼ିତ ୮୬ ବର୍ଷୀୟ ଶ୍ରୀ ବିଶ୍ବାଳଙ୍କ ସ୍ବାସ୍ଥ୍ୟରେ ଅବନତି ଘଟିଛି। ଶନିବାର ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କ ଗାଁ ବାରଡୁମୁରିରୁ ସମ୍ବଲପୁରର ଏକ ଘରୋଇ ହସପିଟାଲକୁ ଆଣି ଭର୍ତ୍ତି କରିଥିଲେ। ତେବେ, ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଅସୁସ୍ଥତା ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରୁ ତାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି।
ସାହିତ୍ୟିକ ମଙ୍ଗଳୁଚରଣ ବିଶ୍ବାଳ ଅସୁସ୍ଥ
Advertisment
Follow Us