ଇଗ୍‌ନୁ ସ୍ନାତକୋତ୍ତର ପାଠ୍ୟକ୍ରମରେ ହଳଧର ସାହିତ୍ୟ

Advertisment
ଇଗ୍‌ନୁ ସ୍ନାତକୋତ୍ତର ପାଠ୍ୟକ୍ରମରେ ହଳଧର ସାହିତ୍ୟ

ବରଗଡ଼: ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟ (ଇଗ୍‌ନୁ) ଇଂରାଜୀ ସ୍ନାତକୋତ୍ତର ପାଠ୍ୟକ୍ରମରେ ହଳଧର ସାହିତ୍ୟ ସ୍ଥାନ ପାଇଛି। ପାଠ୍ୟକ୍ରମର ଲୋକସାହିତ୍ୟ ଓ ସଂସ୍କୃତି ଅଧ୍ୟୟନ (ଫୋକ୍‌ଲୋର୍‌ ଏଣ୍ଡ କଲଚର୍‌ ଷ୍ଟଡିଜ୍‌)‌ ବର୍ଗରେ ସମ୍ବଲପୁରୀ-କୋଶଲୀ ଭାଷା ଓ ସାହିତ୍ୟରେ ହଳଧର ନାଗଙ୍କ ରଚନା ଓ ସାହିତ୍ୟ ସାମିଲ ହୋଇଛି। ୨୦୨୧-୨୨ ଶିକ୍ଷା ବର୍ଷରୁ ଏହି ପାଠ୍ୟକ୍ରମ ପ୍ରଚଳିତ। ପାଠ୍ୟକ୍ରମର ଦୁଇଟି ବର୍ଗ ହଳଧର ସାହିତ୍ୟ ଉପରେ ପର୍ଯ୍ୟବସିତ। ବରିଷ୍ଠ ହିନ୍ଦୀ ଲେଖକ ଏବଂ ଅନୁବାଦକ ଦୀନେଶ ମାଲିଙ୍କ ଦ୍ବାରା ଲିଖିତ ଏହି ଦୁଇଟି ବର୍ଗ ଇଂରାଜୀ ଭାଷାର ପ୍ରଫେସର ଡ. ନନ୍ଦିନୀ ସାହୁଙ୍କ ମାର୍ଗଦର୍ଶନରେ ପ୍ରସ୍ତୁତ ହୋଇଛି। ଏହାଦ୍ବାରା ସମ୍ବଲପୁରୀ-କୋଶଲୀ ଭାଷା ଓ ସାହିତ୍ୟକୁ ଶୈକ୍ଷିକ ମାନ୍ୟତା ମିଳିଛି ବୋଲି ସାହିତ୍ୟିକ ମହଲରେ ସ୍ବାଗତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe