little girl Abhishka In India Book of Records Photograph: (sambad.in)
ଭୁବନ:ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଓଡ଼ିଶ ଗ୍ରାମର ଟିକି ଝିଅ ଅଭିଷ୍କା ଷଣ୍ଢ । ବୟସ ମାତ୍ର ତିନି ବର୍ଷ ଦୁଇ ମାସ। ଅନ୍ଲାଇନ ପ୍ରତିଯୋଗିତାରେ ଭାଗ ନେଇ ବିଭିନ୍ନ ପ୍ରଶ୍ନର ସଠିକ୍ ଉତ୍ତର ଦେଇ କୃତିତ୍ୱ ହାସଲ କରିଛନ୍ତି ।
କୁନି କଣ୍ଠରେ ସଂସ୍କୃତ ଶ୍ଲୋକ ନିର୍ଭୁଲ ଭାବେ ଉଚ୍ଚାରଣ କରି ସେ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି।
#indiabookofrecords ଦ୍ୱାରା ଆୟୋଜିତ ପ୍ରତିଯୋଗିତାରେ ଭାଗ ନେଇ ତିନୋଟି ଶ୍ଲୋକ, ସାତଟି ବହି ଇଂରାଜୀ ଗୀତ, ଚାରି ଦିଗର ନାମ, ସପ୍ତାହ, ବର୍ଷ ମାସ, ଦଶଟି ଗାଡ଼ିର ନାମ, ସାତଟି ଖେଳ, କୋଡ଼ିଏ ପ୍ରାଣୀଙ୍କ ନାମ, ତେର ଗୋଟି ସରୀସୃପ, ସାତ ନଦୀ, ପାଞ୍ଚ ପର୍ବପର୍ବାଣୀ, ମଣିଷର ଆଠଟି ଶରୀର ଅଙ୍ଗ ବିଷୟରେ ନିର୍ଭୁଲ ଉତ୍ତର ରଖିଥିଲେ। ଏଥିପାଇଁ ତାଙ୍କୁ ଅନ୍ଲାଇନ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନିତ କରାଯାଇଛି।
ଅଭିଷ୍କାଙ୍କ ପିତା ଅବିନାଶ ଷଣ୍ଢ ଭାରତୀୟ ରେଳବାଇର କର୍ମଚାରୀ ଭାବେ ଜଖପୁରା ରେଳଷ୍ଟେସନରେ କାର୍ଯ୍ୟରତ ଥିବା ବେଳେ ମାତା ଜୟଶ୍ରୀ ସଙ୍ଗୀତା ବଳ ଗୃହିଣୀ ଅଟନ୍ତି। ଅଭିଷ୍କା ଯାଜପୁରର ନୃତ୍ୟାୟନ ପବ୍ଲିକ ସ୍କୁଲର ବିଦ୍ୟାର୍ଥୀ ଅଟନ୍ତି ।
ତାଙ୍କ ସଫଳତାରେ ପରିବାର ବନ୍ଧୁ ପରିଜନ ଓ ଗ୍ରାମବାସୀ ଖୁସି ବ୍ୟକ୍ତ କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି। ତାଙ୍କ ବାପା ଅବିନାଶ ଷଣ୍ଢ ଜୟଶ୍ରୀ ସଙ୍ଗୀତା ବଳଙ୍କୁ ତୃପ୍ତି ପାଠାଗାର ପକ୍ଷରୁ ମୁକୁଟ, ଉତ୍ତରୀୟ, ଟ୍ରଫି ପ୍ରଦାନ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ସାହୁ। ଜେଜେ ଅନ୍ତର୍ଯ୍ୟାମୀ, ଜେଜେ ମା ରଜ୍ଜୁଲତା ଦାଦା ଅଂଶୁମାନ, ଖୁଡ଼ୀ ମନ୍ଦାକିନୀ, ଅମରେନ୍ଦ୍ର ଖୁସି ବ୍ୟକ୍ତ କରିଛନ୍ତି।
Dhenkanal
Follow Us