ଭୁବନେଶ୍ବର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣମା। ଏହି ଅବସରରେ ଓଡ଼ିଶାର ଗାଁରୁ ସହର ଯାଏଁ ଉତ୍ସବମୁଖର ଦେଖାଯାଉଛି। ଭୋର ସକାଳୁ ଜଳାଶୟଗୁଡ଼ିକରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଲାଗିରହିଛି। ପୋଖରୀ, ନଦୀ ଘାଟ ଓ ବିଭିନ୍ନ ସ୍ଥାନରେ କୃତ୍ରିମ ଜଳାଶୟରେ ଲୋକେ ଓଡ଼ିଆ ନୌବାଣିଜ୍ୟ ପରଂପରାକୁ ମନେ ପକାଇ ଡଙ୍ଗା ଭସାଉଛନ୍ତି।
/filters:format(webp)/sambad/media/media_files/2025/11/05/bhubaneswar-2025-11-05-07-13-23.jpg)
ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
- Nov 05, 2025 12:19 IST
ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ‘କାର୍ତ୍ତିକ ପୂର୍ଣ୍ଣିମା’ ଉତ୍ସବ ପାଳନ
ବାରାଣସୀ: ଐତିହପୂର୍ଣ୍ଣ ସଂସ୍କୃତିର ମୂକସାକ୍ଷୀ କାର୍ତ୍ତିକ ପୂର୍ଣ୍ଣିମାକୁ ପ୍ରବାସୀ ଓଡ଼ିଆ ସଂଗଠନ ବାରାଣସେୟ ଉତ୍କଳ ସମାଜ ପକ୍ଷରୁ ଉତ୍ସାହପୂର୍ଣ୍ଣ ପରିବେଶରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ (ବି.ଏଚ.ୟୁ) ପାଳନ କରାଯାଇଛି। ଏହି ଅବସରରେ ନୌବାଣିଜ୍ୟର ଆଦ୍ୟପର୍ବରେ ଓଡ଼ିଆ ବଣିକମାନେ ଇତିହାସ ପୃଷ୍ଠାରେ ରଚିଥିଲେ ସ୍ୱର୍ଣ୍ଣିମ ଅଧ୍ୟାୟ ବୋଲି ଚର୍ଚ୍ଚା ହୋଇଛି। ଜାଭା, ସୁମାତ୍ରା, ବାଲିରେ ନୌବାଣିଜ୍ୟର ମୂଳଦୁଆ ସ୍ଥାପନ କରି ଭାରତର ବୈଦେଶିକ ବ୍ୟାପାରକୁ ଦେଇଥିଲେ ନୂଆ ଏକ ଦିଗ ଏହି ଗୌରବମୟ ଇତିହାସ ଏବଂ କାର୍ତ୍ତିକ ପୂର୍ଣ୍ଣିମାର ପ୍ରାତଃରୁ ଛାତ୍ରଛାତ୍ରୀ ଏବଂ ଓଡିଆ ସମ୍ପ୍ରଦାୟର ସଦସ୍ୟମାନେ ଏକାଠି ହୋଇ ତୁଳସୀ ଚଊଁରା ସାମ୍ନାରେ ସୁନ୍ଦର ରଙ୍ଗୋଲି ବନେଇବା ସହିତ ପାରମ୍ପରିକ ରୀତିରେ ପୂଜା ଆରମ୍ଭ ହୋଇଥିଲା ଏବଂ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ସୁସଜ୍ଜିତ ବୋଇତକୁ ବନ୍ଦାପନା କରି ଭାରତୀୟ ପ୍ରଯୁକ୍ତି ବିଦ୍ୟା ଅନୁଷ୍ଠାନସ୍ଥିତ ପୁଷ୍କରିଣୀରେ ଭସାଇ ଓଡ଼ିଶାର ଗୌରବମୟ ସାମୁଦ୍ରିକ ଇତିହାସକୁ ସ୍ମରଣ କରିଥିଲେ।
/fit-in/580x348/filters:format(webp)/sambad/media/media_files/2025/11/05/varanasi-2025-11-05-12-18-50.jpg)
Migrant Odia people celebrates Kartik Purnima at BHU on Wednesday. Photograph: (sambad.in) ବନ୍ଦାପନା କରାଯାଇଥିବା ସୁନ୍ଦର ବୋଇତର ଡିଜାଇନ ଅନିର୍ବାଣ, ବିନୀତ, ନିମାଇଁ, ସୁବ୍ରତ, ଦୀପକ, ଅନ୍ୱେଷା, ମଧୁସ୍ମିତା, ପ୍ରତ୍ୟାଶା, ମୁନମୁନ ଏବଂ ଝୁନାରାଣୀଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା, ଯାହା ସେମାନଙ୍କର କଳାତ୍ମକ ଶକ୍ତି ପ୍ରଦର୍ଶନ କରିଥିଲା। ବାରାଣସୀରେ ଓଡିଆ ସମ୍ପ୍ରଦାୟର ଏକତା ଏବଂ ଆତ୍ମାକୁ ଦର୍ଶାଇ ବି.ଏଚ.ୟୁ ରୁ ବିଭିନ୍ନ ବିଭାଗର ପ୍ରତିନିଧିତ୍ୱ କରୁଥିବା ୧୦୦ରୁ ଅଧିକ ଓଡ଼ିଆ ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନେ ଏହି ଉତ୍ସବରେ ଉଲ୍ଲେଖନୀୟ ଅଂଶଗ୍ରହଣ କରିଥିଲେ।
- Nov 05, 2025 12:00 IST
ଆମେରିକା ଉପରୁ ୨୪% ଶୁଳ୍କ ହଟାଇଲା ଚୀନ୍
ନୂଆଦିଲ୍ଲୀ: ଆମେରିକୀୟ ସାମଗ୍ରୀ ଉପରୁ ୨୪% ଶୁଳ୍କ ହଟାଇଲା ଚୀନ୍। ଏହାକୁ ଗୋଟିଏ ବର୍ଷ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଦକ୍ଷିଣ କୋରିଆରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ବୈଠକ ପରେ ଆମେରିକା, ଚୀନ୍ ଉପରୁ ୧୦% ଶୁଳ୍କ ହ୍ରାସ କରିଥିଲା। ଏବେ ଚୀନ୍ ମଧ୍ୟ ଏକ ବଡ଼ ନିଷ୍ପତ୍ତି ନେଇ ଆମେରିକାକୁ ଆଶ୍ୱସ୍ତି ଦେଇଛି।
- Nov 05, 2025 11:22 IST
Dhanbad: ଧନବାଦରେ କାର୍ତ୍ତିକ ପୂର୍ଣ୍ଣିମାରେ ‘ବୋଇତ ବନ୍ଦାଣ’ ଉତ୍ସବ
ଧନବାଦ: ଆଇଆଇଟି (ଆଇଏସଏମ) ଧନବାଦର ‘କଳିଙ୍ଗ ସମାଜ’ ଦ୍ୱାରା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭବ୍ୟ ‘ବୋଇତ ବନ୍ଦାଣ’ ଉତ୍ସବ ପାଳନ କରାଯାଇଅଛି। ଏହି ପାରମ୍ପରିକ ଉତ୍ସବରେ ଓଡ଼ିଶାର ପୁରାତନ ସାମୁଦ୍ରିକ ଐତିହ୍ୟ ଓ କଳିଙ୍ଗର ବିଶ୍ୱବ୍ୟାପୀ ବାଣିଜ୍ୟ ଗୌରବକୁ ସ୍ମରଣ କରି ଏକତ୍ରିତ ହୋଇଥିଲେ। ଉତ୍ସବରେ ସମସ୍ତେ ପାରମ୍ପରିକ ଭାବରେ ନୂଆ ‘ବୋଇତା’ ପୋଖରୀରେ ପ୍ରବାହିତ କରି କଳିଙ୍ଗର ପୁରାତନ ସାଗରଯାତ୍ରୀମାନଙ୍କ ସାହସ ଓ ସଫଳତାକୁ ସ୍ମରଣ କରିଥିଲେ। ଉତ୍ସବର ମୁଖ୍ୟ ଭାବବାଣୀ ଥିଲା- ‘ପାରମ୍ପରିକତାର ତରଙ୍ଗ, ଗର୍ବର ପବନ-କଳିଙ୍ଗର ସାମୁଦ୍ରିକ ଆତ୍ମାକୁ ନମନ।’
/fit-in/580x348/filters:format(webp)/sambad/media/media_files/2025/11/05/dhanbad1-2025-11-05-11-21-09.jpg)
Odia community celebrates Karitik Purnima at Dhanbad on Wednesday. Photograph: (sambad.in) ଉତ୍ସବରେ ଆଇଏସଏମର ଓଡ଼ିଆ ପ୍ରାଧ୍ୟାପକ, ଗବେଷକ, ଶିକ୍ଷାର୍ଥୀ ଓ କର୍ମଚାରୀମାନେ ସମ୍ମିଳିତ ଭାବରେ ଅଂଶଗ୍ରହଣ କରି ଉତ୍ସବକୁ ସାଫଲ୍ୟ ରୂପ ଦେଇଥିଲେ। ଅନୁଷ୍ଠାନ ଶେଷରେ ସମସ୍ତଙ୍କୁ ପାରମ୍ପରିକ ଓଡ଼ିଆ ହବସିଆ ଅନ୍ନ ଭୋଜନ ପ୍ରସାଦ ଦିଆଯାଇଥିଲା, ଯାହା ଏକତା ଓ ସାଂସ୍କୃତିକ ସମ୍ମିଳନର ପ୍ରତୀକ ହେଲା।ଏହି ଅବସରରେ ‘କଳିଙ୍ଗ ସମାଜ’ ଆଇଏସଏମ ପରିବାର ମଧ୍ୟରେ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ, ଗରିମା ଓ ପାରମ୍ପରିକତାକୁ ଜୀବନ୍ତ କରାଇଥିଲା।
- Nov 05, 2025 10:49 IST
ରେଳ ଧାରଣା ପାର ହେଉଥିବା ବେଳେ ତୀର୍ଥଯାତ୍ରୀଙ୍କୁ ଧକ୍କା ଦେଲା ଟ୍ରେନ୍, ୪ ଜଣଙ୍କ ମୃତ୍ୟୁ
ମିର୍ଜାପୁର: ରେଳ ଧାରଣା ପାର ହେଉଥିବା ବେଳେ ତୀର୍ଥଯାତ୍ରୀଙ୍କୁ ଧକ୍କା ଦେଲା ଟ୍ରେନ୍। ଚାଲିଗଲା ୪ ଜଣଙ୍କ ଜୀବନ। ଏହି ଘଟଣାଟି ଉତ୍ତରପ୍ରଦେଶର ମିର୍ଜାପୁରରେ ଘଟିଛି। ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି।ମୃତକମାନେ ଚୋପାନରୁ ବାରାଣସୀକୁ ଯାତ୍ରା କରୁଥିଲେ। ଗଙ୍ଗାରେ ପବିତ୍ର ବୁଡ଼ ପକାଇବା ପାଇଁ ସେମାନେ ବାହାରିଥିବା କୁହାଯାଉଛି।
- Nov 05, 2025 08:20 IST
Balijatra: ଆଜିଠାରୁ ଐତିହାସିକ ବାଲିଯାତ୍ରା
କଟକ: ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା। ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦ୍ଘାଟନ କରିବେ। ବାଲିଯାତ୍ରାକୁ ଏଥର ଆକର୍ଷଣୀୟ କରିବା ପାଇଁ ଶ୍ରେୟା ଘୋଷାଲ ଓ ହର୍ଷଦୀପ କୌର ସଂଗୀତ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ‘କଟକ ଇନ୍ କଟକ’ରେ ଓଡ଼ିଆ ଭାଷା, ସାହିତ୍ୟ ଥିମ୍ରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏଥର ପାଖାପଖି ୧୬୦୦ ଷ୍ଟଲ୍ ପଡ଼ିଛି। ଅନ୍ୟପକ୍ଷରେ ଭିଡ଼ ନିୟନ୍ତ୍ରଣ ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ୫୦ ପ୍ଲାଟୁନ୍ ଫୋର୍ସ ଓ ୩୦୦ରୁ ଅଧିକ ଅଫିସର ମୁତୟନ ହେବେ ବୋଲି କମିସନର ଏସ୍ ଦେବଦତ୍ତ ସିଂହ ସୂଚନା ଦେଇଛନ୍ତି। ବାଲିଯାତ୍ରାରେ ବିଶ୍ବ ରେକର୍ଡ କରିବା ପାଇଁ ପ୍ରଶାସନ ତିନୋଟି ପଦକ୍ଷେପ ନେଇଛି।
- Nov 05, 2025 08:06 IST
Earthquake Jolts Indonesia: ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂମିକମ୍ପ
ଜାକର୍ତ୍ତା: ଇଣ୍ଡୋନେସିଆରେ ଆଜି ଭୋର ସକାଳୁ ଏକ ଭୂମିକମ୍ପ ଅନୁଭୂତ ହୋଇଛି। ସୁଲାୱେସି ଦ୍ୱୀପରେ ଏହି ଭୂମିକମ୍ପ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ଆକଳନ କରାଯାଇଛି। ତେବେ କୌଣସି କ୍ଷୟକ୍ଷତି କିମ୍ବା ମୃତାହତଙ୍କ ରିପୋର୍ଟ ମିଳିନାହିଁ।
- Nov 05, 2025 07:48 IST
Harishankar: ହରିଶଙ୍କର ପାପନାଶିନୀ ଝରଣାରେ ବୁଡ଼ ପକାଇଲେ ଶ୍ରଦ୍ଧାଳୁ
/fit-in/580x348/filters:format(webp)/sambad/media/media_files/2025/11/05/harishankar-2025-11-05-07-48-36.jpg)
Devotees take holy deep at Harishankar on Wednesday. Photograph: (sambad.in) ଧଣ୍ଡାମୁଣ୍ଡା(ସରୋଜ ମିଶ୍ର): ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ପ୍ରସିଦ୍ଧ ହରିଶଙ୍କର ଶୈବ ପୀଠ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବୁଧବାର ଚଳଚଞ୍ଚଳ ହୋଇଉଠିଛି। ପାପନାଶିନୀ ଝରଣାରେ ହଜାର ହଜାର ଭକ୍ତ ବୁଡ଼ ପକାଇ ଡଙ୍ଗା ଭସାଇଛନ୍ତି। ଭିଡ଼କୁ ଦେଖି ମନ୍ଦିର କମିଟି ତଥା ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସେହିପରି ଖପ୍ରାଖୋଲ ବ୍ଲକ ନାନ୍ଦୁପଲା ପଞ୍ଚାୟତ କନ୍ଦରାଭଟା ଜଳ ମହାଦେବ ମନ୍ଦିର ପ୍ରାଙ୍ଗଣରେ ଥିବା ଚିରସ୍ରୋତା ଝରଣାରେ ବହୁ ଭକ୍ତ ବୁଡ଼ ପକାଇ ଜଳ ମହାଦେବଙ୍କୁ ଦର୍ଶନ କରିଛନ୍ତି।
- Nov 05, 2025 07:30 IST
ଆମେରିକାରେ ୟୁପିଏସ୍ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ
- ଆମେରିକାର ଲୁଇସଭିଲ୍ ବିମାନବନ୍ଦରରେ ୟୁପିଏସ୍ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ
- ବିମାନ ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ, ୧୧ ଜଣ ଆହତ
- ନିଆଁରେ ଜଳି ପାଉଁଶ ହୋଇଗଲା ବିମାନ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/04/01breaking-2025-11-04-18-04-55.jpg)