ଆରମ୍ଭ ହେଲା ଦିବ୍ୟାଙ୍ଗ ଚିତ୍ରଶିଳ୍ପୀଙ୍କ ଲାଇଭ୍‌ ପେଣ୍ଟିଂ କର୍ମଶାଳା ‘ସ୍ୱୟମ୍‌’

Advertisment
ଆରମ୍ଭ ହେଲା ଦିବ୍ୟାଙ୍ଗ ଚିତ୍ରଶିଳ୍ପୀଙ୍କ ଲାଇଭ୍‌ ପେଣ୍ଟିଂ କର୍ମଶାଳା ‘ସ୍ୱୟମ୍‌’

ଭୁବନେଶ୍ୱର: ଦିବ୍ୟାଙ୍ଗ ଚିତ୍ରଶିଳ୍ପୀଙ୍କ କଳା ପ୍ରତିଭାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆୟୋଜିତ ହେଉଛି ଲାଇଭ୍‌ ପେଣ୍ଟିଂ କର୍ମଶାଳା -ସ୍ୱୟମ୍‌ । ‘ସ୍ୱୟମ୍‌’ କର୍ମଶାଳାର ଦ୍ୱିତୀୟ ସଂସ୍କରଣ ଆଜି ଭୁବନେଶ୍ୱର ପାତ୍ରପଡ଼ାସ୍ଥିତ ଡିଏନ୍‌ ରେଗାଲିଆ ମଲ୍‌ରେ ଆରମ୍ଭ ହୋଇଛି। ଫେବ୍ରୁଆରି ୧୧ରୁ ୧୩, ତିନିଦିନ ଧରି ଆୟୋଜିତ ହେଉଥିବା ଏହି କର୍ମଶାଳାରେ ଅଂଶଗ୍ରହଣ ଲାଗି ସମୁଦାୟ ୨୨ଜଣ ଶିଳ୍ପୀ କଳାକୃତି ଦାଖଲ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ଲାଗି ୧୬ଜଣଙ୍କୁ ମନୋନୀତ କରାଯାଇଥିବା ବେଳେ ଅନ୍ତିମ ପର୍ଯ୍ୟାୟରେ ୧୩ଜଣ ଅଂଶଗ୍ରହଣ କରିବେ।

ଡିଏନ୍‌ ରେଗାଲିଆ, ଇଲା ପଣ୍ଡା ସେଣ୍ଟର ଫର୍‌ ଆର୍ଟସ ଓ ସ୍ୱାଭିମାନର ମିଳିତ ଉଦ୍ୟମରେ ଆୟୋଜିତ ହେଉଛି ଲାଇଭ୍‌ ପେଣ୍ଟିଂ ଓ୍ଵାର୍କସପ ସ୍ବୟମ୍  । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଦିବ୍ୟାଙ୍ଗ ଶିଳ୍ପୀ ଏଥିରେ ଅଂଶଗ୍ରହଣ କରିଛନ୍ତି। ମଙ୍ଗଳବାର ଡିଏନ୍‌ ଗ୍ରୁପର ଅଧ୍ୟକ୍ଷ ଜଗଦୀଶ ପ୍ରସାଦ ନାୟକ, ଇଲା ପଣ୍ଡା ସେଣ୍ଟର ଫର୍‌ ଆର୍ଟସର ଟ୍ରଷ୍ଟି ପାରମିତା ପଣ୍ଡା, ସ୍ୱାଭିମାନର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୁତି ମହାପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ‘ସ୍ୱୟମ୍‌-୨’ଉଦ୍‌ଘାଟିତ ହୋଇଛି।

ରାଜ୍ୟର କୋଣଅନୁକୋଣରୁ ଆସିଥିବା ପ୍ରତିଭାବାନ୍‌ ଦିବ୍ୟାଙ୍ଗ ଚିତ୍ରଶିଳ୍ପୀଙ୍କୁ ରାମହରି ଜେନା, ଜ୍ୟୋତି ରଞ୍ଜନ ସ୍ୱାଇଁ , ସତ୍ୟଭୂଷଣ ହୋତା, ରମାକାନ୍ତ ସାମନ୍ତରାୟ ଏବଂ ପୃଥ୍ଵୀରାଜ ସିଂହଦେଓ ପ୍ରମୁଖ ପ୍ରତିଷ୍ଠିତ ଚିତ୍ରଶିଳ୍ପୀ ମାର୍ଗଦର୍ଶନ କରିବେ।

ଏହି କର୍ମଶାଳାରେ ନସିମ୍‌ ଆଜିମ୍‌, ମୁକୁନ୍ଦ ପ୍ରସାଦ ପଟ୍ଟନାୟକ, ତନ୍ମୟ ଜେନା, ଶ୍ରୀହର୍ଷ ଶକ୍ଲା, ସିଦ୍ଧାର୍ଥ ଶଙ୍କର ଶୁକ୍ଲା, ନିରୁପମା ପାତ୍ର, ପ୍ରକାଶ ଚନ୍ଦ୍ର ମାଝି, ରାଜୀବ ମହାନ୍ତି, ମହେନ୍ଦ୍ର ଦାସ, ମାନସ କୁମାର ଦାସ, ବିବେକିନୀ ଦାଶ, ଶୁଭଶ୍ରୀ କାନୁନ୍‌ଗୋ ଓ ଯତିନ ବେହେରା ପ୍ରମୁଖ ଶିଳ୍ପୀ  ଅଂଶ ଗ୍ରହଣ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe