୧୫ ଲକ୍ଷ ଟଙ୍କାରେ ଜୀବନ୍ତ ବଜ୍ରକାପ୍ତା ବିକ୍ରି ପାଇଁ ଗ୍ରାହକକୁ ଚାହିଁଥିଲା ବେପାରୀ, ମାଡ଼ିବସିଲା ପୁଲିସ

Advertisment
୧୫ ଲକ୍ଷ ଟଙ୍କାରେ ଜୀବନ୍ତ ବଜ୍ରକାପ୍ତା ବିକ୍ରି ପାଇଁ ଗ୍ରାହକକୁ ଚାହିଁଥିଲା ବେପାରୀ, ମାଡ଼ିବସିଲା ପୁଲିସ

ଦେବଗଡ଼: ଜୀବନ୍ତ ବଜ୍ରକାପ୍ତାର ମୂଲ୍ୟ ୧୫ ଲକ୍ଷ ଟଙ୍କା। ବଜ୍ରକାପ୍ତାକୁ ବିକିବା ପାଇଁ ଜଣେ ବେପାରୀ ଗ୍ରାହକଙ୍କ ଅପେକ୍ଷାରେ ଥିବା ବେଳେ ପୁଲିସ ମାଡ଼ିବସିଛି। ଦେବଗଡ଼ ଜିଲ୍ଲା ବାରାକୋଟ ଥାନା ଅନ୍ତର୍ଗତ ଠିଆନାଳ ଜଙ୍ଗଲରେ ଗୁରୁବାର-ଶୁକ୍ରବାର ରାତି ପୁଲିସ ଜୀବନ୍ତ ବଜ୍ରକାପ୍ତାକୁ ଜବତ କରିଥିବା ବେଳେ ଅଭିଯୁକ୍ତକୁ ଗିରଫ କରିଛି। ଏହି ବେଆଇନ୍‌ କାରବାର ସହିତ ସଂଶ୍ଲିଷ୍ଟ ଥିବା ବେପାରୀ ଜଣକ ହେଉଛି ମୟୂରଭଂଜ ଜିଲ୍ଲା ଯଶୀପରୁ ଥାନା ଅନ୍ତର୍ଗତ ବଡ଼ଶୋଳ ଗାଁର ବାନାମ୍ବର ନାଏକଙ୍କ ପୁଅ ଦିଲୀପ ନାଏକ।

ସୂଚନାନୁଯାୟୀ, ମୟୁରଭଞ୍ଜ ଜିଲ୍ଲା ଯଶୀପୁର ଅଞ୍ଚଳର କେତେକ ବନ୍ୟପ୍ରାଣୀ ତସ୍କର ଦେବଗଡ଼ ଜିଲ୍ଲାରେ ତସ୍କରୀ କରୁଥିବା ସୂଚନା ପାଇ ଜିଲ୍ଲା ପୁଲିସର ସ୍ପେଶାଲ ସ୍କ୍ୱାର୍ଡ ସ୍ୱତନ୍ତ୍ର ଦୃଷ୍ଟି ରଖିଥିଲା । ଯୋଜନା ମୁତାବକ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ୱାର୍ଡ ଗ୍ରାହକ ବେଶରେ ତସ୍କର ଦିଲ୍ଲୀପ ନାୟକଙ୍କଠାରେ ପହଞ୍ଚିଥିଲା । ଏହି ସମୟରେ ଜୀବନ୍ତ ବଜ୍ରକାପ୍ତାକୁ ଦିଲ୍ଲୀପ ୧୫ଲକ୍ଷ ଟଙ୍କାରେ ବିକ୍ରି କରୁଥିବାବେଳେ ପୁଲିସ ଟିମ ତାକୁ କାବୁ କରିଥିଲା । ଏହାସହ ତା’ ନିକଟରୁ ପ୍ରାୟ ୭ କେଜିରୁ ଊର୍ଦ୍ଧ୍ବ ଓଜନର ଏକ ବଜ୍ରକାପ୍ତା ଜବତ କରି ଗିରଫ କରିଥିଲା । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡିଆଇବି ଡିଏସପି ପ୍ରଦୀପ କୁମାର କେରକେଟ୍ଟା ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe