Prameyanews.com
ସମ୍ବଲପୁର: ସୋସିଆଲ୍ ମିଡିଆରେ ଲାଇଭ୍ ସୁଇସାଇଡ୍। ପ୍ରେମିକର ପ୍ରତାରଣା ସହ୍ୟ କରି ନପାରି ଇନ୍ଷ୍ଟାଗ୍ରାମ୍ରେ ଭିଡିଓକଲ୍ କରି ଜଣେ ନାବାଳିକା ସୁଇସାଇଡ୍ କରିଥିବା ଘଟଣା ସାମ୍ନାକୁ ଆସିବା ପରେ ସମ୍ବଲପୁରରେ ଚର୍ଚ୍ଚାର ବିଷୟ ପାଲଟିଛି। ଧନୁପାଲି ଥାନା ଅଞ୍ଚଳରେ ରବିବାର ଘଟିଥିବା ଏହି ଘଟଣାରେ ଆଇପିସି ଧାରା ୩୦୬ରେ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ନାବାଳିକା ଜଣକ ଇନ୍ଷ୍ଟାଗ୍ରାମରେ ଭିଡିଓକଲ୍ କରି ଘର ଭିତରେ ଫ୍ୟାନ୍ରେ ଝୁଲି ଆତ୍ମହତ୍ୟା କରିଛନ୍ତି। ନାବାଳିକା ଓ ଜଣେ ଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ରବିବାର ପ୍ରଥମେ ନାବାଳିକା ଉକ୍ତ ଯୁବକ ସହ ଇନ୍ଷ୍ଟାଗ୍ରାମ୍ରେ ଚାଟ୍ କରିଥିଲେ। ପରେ ଭିଡିଓ କଲ୍ କରି ଆତ୍ମହତ୍ୟା କରିବେ ବୋଲି କହି ଫ୍ୟାନ୍ରେ ଝୁଲି ପଡ଼ିଥିଲେ। ଯୁବକ ଜଣକ ତୁରନ୍ତ ତାଙ୍କ ଘରକୁ ଆସି ଏକଥା ନାବାଳିକାଙ୍କ ମା’ଙ୍କୁ ଜଣାଇଥିଲେ। ଏହାରେ ମା’ ଦେଖିବା ବେଳକୁ ଝିଅ ଫ୍ୟାନ୍ ଝୁଲି ପଡ଼ିଥିଲେ।
ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ଘଟଣା ବିଷୟରେ ଜଣାପଡ଼ିଥିଲା। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ନାବାଳିକାଙ୍କ ପରିବାର ଲୋକେ ନ୍ୟାୟ ପାଇଁ ଦାବି କରିଛନ୍ତି।
Follow Us