ପୁରୀ : ଶ୍ରୀମନ୍ଦିର ଆୟ ବୃଦ୍ଧି ପାଇଁ ସିଧା ପ୍ରସାରଣ ବିଡିଂ ନିଷ୍ପତ୍ତି ନିଆଯାଇଛି ବୋଲି ଆଜି ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି, ଟେଲିକାଷ୍ଟ ରାଇଟ୍କୁ ନେଇ ଏହା ପ୍ରାରମ୍ଭିକ କାର୍ଯ୍ୟ। ଆମେ ଆସନ୍ତାକାଲି କେତେ ଆବେଦନପତ୍ର ଓ ସିଧା ପ୍ରସାରଣ ପାଇଁ କେତେ ପରିମାଣର ଟଙ୍କା କିଏ ଦେବାକୁ ଚାହୁଁଛନ୍ତି ତାକୁ ଅନୁଧ୍ୟାନ କରିବୁ। ଆସନ୍ତାକାଲି ବିଡିଂ ପେପର ଖୋଲାଯିବା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ। ତଥାପି ଏହା ଚୂଡ଼ାନ୍ତ ନିଷ୍ପତ୍ତି ନୁହେଁ। ପରବର୍ତୀ ସମୟରେ ଏହି ନିଷ୍ପତ୍ତି ପରିବର୍ତନ ହୋଇପାରେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଯେହେତୁ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମ ରଥଯାତ୍ରାର ସିଧା ପ୍ରସାରଣ କରି ବିଜ୍ଞାପନ ଜରିଆରେ ବହୁ ଟଙ୍କା ପାଉଛନ୍ତି, ଏହି ଦୃଷ୍ଟିରୁ ଶ୍ରୀମନ୍ଦିର ଆୟ ବୃଦ୍ଧି ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us