ପୂର୍ବଭାରତର ପ୍ରଥମ ଦୁଇ ଯୋଜନାକୁ ଲାଗିଛି ଗ୍ରହଣ : ଅନିଶ୍ଚିତତାରେ ଲିଭର ପ୍ରତିରୋପଣ କେନ୍ଦ୍ର, ରୋବୋଟିକ୍‌ ସର୍ଜରି

୪ ବର୍ଷ ହେଲା ଏସ୍‌ସିବିରେ ଖତ ଖାଉଛି ୧୨ କୋଟି ଟଙ୍କାର ଉପକରଣ

ପୂର୍ବଭାରତର ପ୍ରଥମ ଦୁଇ ଯୋଜନାକୁ ଲାଗିଛି ଗ୍ରହଣ : ଅନିଶ୍ଚିତତାରେ ଲିଭର ପ୍ରତିରୋପଣ କେନ୍ଦ୍ର, ରୋବୋଟିକ୍‌ ସର୍ଜରି

zdnet.com

କଟକ : କଟକ ‌ବଡ଼ମେଡିକାଲରେ ୧୨ କୋଟି ଟଙ୍କାର ଲିଭର ପ୍ରତିରୋପଣ ୟୁନିଟ୍‌ ପାଇଁ ୪ ବର୍ଷ ତଳେ ଯନ୍ତ୍ରାଂଶ କିଣାଯାଇଥିଲା। ମାତ୍ର ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରୁନି; ଏବେ ସେସବୁ ଯନ୍ତ୍ର ଖତ ଖାଉଛି। ଅନ୍ୟପଟେ ସରକାରୀ ମେଡିକାଲ ଭାବେ ପୂର୍ବଭାରତର ପ୍ରଥମ ରୋବୋଟିକ୍‌ ସର୍ଜରୀ ୟୁନିଟ୍‌ କାର୍ଯ୍ୟକାରୀ ହେବା ଯୋଜନା ମଧ୍ୟ ସଂପୂର୍ଣ୍ଣ ହୋଇପାରୁନି।

ଯୋଜନା ଥିଲା ଏସ୍‌ସିବି ମେଡିକାଲରେ ହେବ ପୂର୍ବଭାରତର ପ୍ରଥମ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍। ଏଥିପାଇଁ କେନ୍ଦ୍ରୀୟ ଟିମ୍‌ ପହଞ୍ଚି ଭିତ୍ତିଭୂମିର ଯାଞ୍ଚ କରିଥିଲେ। ତା’ ସହିତ ଏହି ୟୁନିଟ୍‌ ପାଇଁ ସ୍ବତନ୍ତ୍ର ଭାବେ ଡାକ୍ତର, ନିଶ୍ଚେତକଙ୍କୁ ତାଲିମ ଦିଆଯାଇଥିଲା। ଟ୍ରମା କେୟାର ୪ର୍ଥ ମହଲାରେ ଆଇସିୟୁ, ଓଟି, ବେଡ୍‌ ସବୁ ଦେଢ଼ବର୍ଷ ତଳେ ପ୍ରସ୍ତୁତ ହୋଇଥିଲା। ୨୦୧୪-୧୫ରେ ଏଥିପାଇଁ ୧୨କୋଟିର ବିଭିନ୍ନ ଉପକରଣ କିଣା ହୋଇଥିଲା। ଏବେ ଯନ୍ତ୍ରାଂଶ ବିଭିନ୍ନ ସ୍ଥାନରେ ପଡ଼ିଥିବାବେଳେ ସେସବୁ ଖତ ଖାଇବାକୁ ବସିଲାଣି। କେଉଁଠି ଯନ୍ତ୍ରାଂଶ ପଡ଼ିଛି ତାର ହିସାବ ମଧ୍ୟ କାହାରି ପାଖରେ ନାହଁ। ଏହି ବିଭାଗର ବିଶେଷଜ୍ଞ ତଥା ପ୍ରଫେସର ଡାକ୍ତର ମିହିର ମହାପାତ୍ର ଇତିମଧ୍ୟରେ ପ୍ରାୟ ୧୩ ମାସ ତଳେ ଅବସର ନେଇ ସାରିଲେଣି। ଶ୍ରୀ ମହାପାତ୍ରଙ୍କ ଅବସର ପରେ ଏହି ପ୍ରତିରୋପଣ କେନ୍ଦ୍ରର କାର୍ଯ୍ୟକାରିତା ସଂପୂର୍ଣ୍ଣ ଅନିଶ୍ଚିତ ହୋଇ ପଡ଼ିଛି। ରାଜ୍ୟରେ ଲିଭର ପ୍ରତିରୋପଣ ପାଇଁ କୌଣସି ବ୍ୟବସ୍ଥା ନ ଥିବାରୁ ରୋଗୀ ବାଧ୍ୟ ହୋଇ ରାଜ୍ୟ ବାହାରକୁ ଯାଉଛନ୍ତି। ତେଣୁ ଏସ୍‌ସିବିରେ ରାଜ୍ୟର ପ୍ରଥମ ଲିଭର ପ୍ରତିରୋପଣ କେନ୍ଦ୍ର ଆରମ୍ଭ କରାଯିବା ପାଇଁ ୨୦୧୩ରେ ରାଜ୍ୟ ସରକାର ଯେଉଁ ନିଷ୍ପତ୍ତି ନେଇଥିଲେ; ୬ ବର୍ଷ ପରେ ବି ଏହି ଯୋଜନା କାର୍ଯ୍ୟକାରୀ ନ ହୋଇ କେବଳ ଅର୍ଥଶ୍ରାଦ୍ଧ ହୋଇଛି।

ସେହିଭଳି ଏସ୍‌ସିବି ମେଡିକାଲରେ ରୋବୋଟିକ୍‌ ସର୍ଜରି ବ୍ୟବସ୍ଥା ପାଇଁ ୨୦୧୫-୧୬ ସ୍ବାସ୍ଥ୍ୟ ବଜେଟ୍‌ରେ ବ୍ୟବସ୍ଥା କରାଯାଇଥିଲା। ଏଥିପାଇଁ ଥିବା ୧୨ କୋଟି ଟଙ୍କା ସ୍ବାସ୍ଥ୍ୟ ବିଭାଗ ୪ ବର୍ଷ ତଳେ ଏଏସ୍‌ଏମ୍‌ସିକୁ ହସ୍ତାନ୍ତର କରିଥିଲା। ପ୍ରକଳ୍ପରର ଭିତ୍ତିଭୂମି ପ୍ରସ୍ତୁତ ସହ ଯାଞ୍ଚ କରାଯାଇଥିଲା। ଦେଢ଼ବର୍ଷ ତଳୁ ସବୁ ପ୍ରକ୍ରିୟା ସରିଲାଣି। କିନ୍ତୁ ଆଜି ପର୍ଯ୍ୟନ୍ତ ୧୨କୋଟି ଟଙ୍କା ପଡ଼ିଛି ସିନା, ଏହାର ଟେଣ୍ଡର ହୋଇପାରୁନି।

ସବୁଠାରୁ ଗୁରୁତ୍ବପୂଣ୍ନୁର୍ଣ୍ଣ କଥା ହେଲା ଗତ ଜାନୁଆରି ୨୩ରେ ଭାରତୀୟ ୟୁରୋଲୋଜିକାଲ ସୋସାଇଟି ପକ୍ଷରୁ ଭୁବନେଶ୍ବରରେ ଆୟୋଜିତ ୫୨ତମ ବାର୍ଷିକ ଆନ୍ତର୍ଜାତିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ୬ମାସ ଭିତରେ ରୋବୋଟିକ୍‌ ସର୍ଜରି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ନେଇ ଘୋଷଣା କରିଥିଲେ। ଇତିମଧ୍ୟରେ ୬ମାସ ବିତିଗଲାଣି କିନ୍ତୁ ରୋବୋଟିକ ସର୍ଜରି ବ୍ୟବସ୍ଥା ପାଦେ ବି ଆଗେଇ ପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe