ଖାଦ୍ୟ ଅଭାବରୁ ମାଙ୍କିଡ଼ିଆ ଜନଜାତି ବ୍ୟକ୍ତିଙ୍କ ଜୀବନ ଗଲା !

ବେକରେ ଦଉଡ଼ି ଦେଇ ଜୀବନ ହାରିଲେ ପ୍ରେମୀ ଯୁଗଳ

new indian express

କାଳିଆପାଣି  : ବାଟ ହୁଡ଼ିଛି ବିର‌‌ହୋଡ଼ ଜୁଆଙ୍ଗ ଉନ୍ନୟନ ଯୋଜନା(ବିଜେଡିଏ)। ଆଦିମ ଜନଜାତିଙ୍କ କଲ୍ୟାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲେ ମଧ୍ୟ ଖାଦ୍ୟ ଓ ଚିକିତ୍ସା ଅଭାବରୁ ଜଣେ ମାଙ୍କିଡ଼ିଆ ଜନଜାତି ବ୍ୟକ୍ତିଙ୍କ ଜୀବନ ଯାଇଛି। ମୃତକ ଲକ୍ଷ୍ମଣ ମାଙ୍କିଡ଼ିଆ(୬୪)। ସେ ଭିକ ମାଗି ଚଳୁଥିଲେ।

ପଲାମରା କୁଡ଼ିଆରେ ସେ ପତ୍ନୀ ସୁରୁବାଲି(୬୬)ଙ୍କ ସହ ରହୁଥିଲେ। ରଜ ପୂର୍ବରୁ ଲକ୍ଷ୍ମଣଙ୍କୁ ଜ୍ବର ହୋଇଥିଲା। ସେ ଭିକ ମାଗିବାକୁ ଯାଇପାରି ନଥିଲେ। ଏଣୁ ପତ୍ନୀ ସୁରୁବାଲି ପାଖ ବଜାର ଓ ବସ୍ତି ବୁଲିବୁଲି ଯାହା ଆଣୁଥିଲେ ତାହା ଏହି ଦମ୍ପତିଙ୍କ ପାଇଁ ନିଅଣ୍ଟ ହେଉଥିଲା। ଆଜି ସକାଳୁ ଲକ୍ଷ୍ମଣ କୁଡ଼ିଆରେ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ପଡ଼ୋଶୀମାନେ ଚାନ୍ଦା ଆଦାୟ କରି ତାଙ୍କ ଅନ୍ତିମ ସଂସ୍କାର କରିଥିଲେ।

ମାଙ୍କିଡ଼ିଆଙ୍କ ଏତାଦୃଶ ଦୟନୀୟ ସ୍ଥିତି ସଂପର୍କରେ ବିଜେଡିଏ ସ୍ବତନ୍ତ୍ର ଅଧିକାରୀ ସୁନାରାମ ସିଂହଙ୍କୁ ଯୋଗାଯୋଗ ଉଦ୍ୟମ ହୋଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe