ରହୁଛନ୍ତି ଓଡ଼ିଶାରେ, କହୁଛନ୍ତି ପଡ଼ୋଶୀ ଭାଷା: କେହି ବୁଝି ପାରୁନାହାନ୍ତି ଓଡ଼ିଆ

Advertisment

ଛତିଶଗଡ଼ ସୀମାନ୍ତକୁ ଲାଗିଥିବା ମାଲକାନଗିରି ଜିଲ୍ଲାର ତୁଳସୀ ଗାଁରେ ସଙ୍କଟରେ ଓଡ଼ିଆ ଭାଷା। ପିଲାଠୁ ବୁଢ଼ା, ସଭିଁଏ କହୁଛନ୍ତି ପଡ଼ୋଶୀ ଛତିଶଗଡ଼ୀ ଭାଷା। ଗାଁରେ କେହି ବୁଝିପାରୁ ନାହାନ୍ତି ଓଡ଼ିଆ। ଓଡ଼ିଶା ଅଧୀନରେ ରହି ପଡ଼ୋଶୀ ରାଜ୍ୟର ଭାଷା କହୁଥିବା ଏହି ଗ୍ରାମବାସୀ ରାଜ୍ୟ....

ଛତିଶଗଡ଼ ସୀମାନ୍ତକୁ ଲାଗିଥିବା ମାଲକାନଗିରି ଜିଲ୍ଲାର ତୁଳସୀ ଗାଁରେ ସଙ୍କଟରେ ଓଡ଼ିଆ ଭାଷା। ପିଲାଠୁ ବୁଢ଼ା, ସଭିଁଏ କହୁଛନ୍ତି ପଡ଼ୋଶୀ ଛତିଶଗଡ଼ୀ ଭାଷା। ଗାଁରେ କେହି ବୁଝିପାରୁ ନାହାନ୍ତି ଓଡ଼ିଆ। ଓଡ଼ିଶା ଅଧୀନରେ ରହି ପଡ଼ୋଶୀ ରାଜ୍ୟର ଭାଷା କହୁଥିବା ଏହି ଗ୍ରାମବାସୀ ରାଜ୍ୟ....

dssdxcde

ମାଲକାନଗିରି: ଛତିଶଗଡ଼ ସୀମାନ୍ତକୁ ଲାଗିଥିବା ମାଲକାନଗିରି ଜିଲ୍ଲାର ତୁଳସୀ ଗାଁରେ ସଙ୍କଟରେ ଓଡ଼ିଆ ଭାଷା। ପିଲାଠୁ ବୁଢ଼ା, ସଭିଁଏ କହୁଛନ୍ତି ପଡ଼ୋଶୀ ଛତିଶଗଡ଼ୀ ଭାଷା। ଗାଁରେ କେହି ବୁଝିପାରୁ ନାହାନ୍ତି ଓଡ଼ିଆ। ଓଡ଼ିଶା ଅଧୀନରେ ରହି ପଡ଼ୋଶୀ ରାଜ୍ୟର ଭାଷା କହୁଥିବା ଏହି ଗ୍ରାମବାସୀ ରାଜ୍ୟ ସରକାରଙ୍କଠାରୁ ସମସ୍ତ ସୁବିଧା ସୁଯୋଗ ହାସଲ କରୁଛନ୍ତି। ଅଥଚ ଓଡ଼ିଆ ଭାଷା ପ୍ରତି କାହାର ସାମାନ୍ୟତମ ଦୁର୍ବଳତା ନାହିଁ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ୍‌ ଟେମରୁପାଲୀ ପଞ୍ଚାୟତର ତୁଳସୀ ପାହାଡ଼ ଉପରେ ରହିଛି ତୁଳସୀ ଗାଁ। ଗାଁରେ ବସବାସ କରୁଛନ୍ତି ୬୦ରୁ ଊର୍ଦ୍ଧ୍ବ ପରିବାର। ସମସ୍ତେ ଦୁରୁଆ ସମ୍ପ୍ରଦାୟର। ଏକଦା ଏହି ଅଞ୍ଚଳକୁ ନିଜ କବ୍‌ଜାରେ ରଖିଥିଲେ ନକ୍ସଲ। ଆନ୍ଧ୍ର ଓ ଛତିଶଗଡ଼ ନକ୍ସଲଙ୍କ ତାଲିମ କେନ୍ଦ୍ର ପାଲଟିଥିଲା ଏହି ପାହାଡ଼। କେନ୍ଦ୍ରୀୟ କମିଟିର ସମସ୍ତ ସଦସ୍ୟ ଏଠାରେ ଲୁଚି ରହୁଥିଲେ। ଏବେ କିନ୍ତୁ ସ୍ଥିତି ବଦଳିଛି। ତୁଳସୀ ପାହାଡ଼ ଉପରେ ବିଏସ୍‌ଏଫ୍‌ କ୍ୟାମ୍ପ୍‌ ପ୍ରତିଷ୍ଠା ପରେ ନକ୍ସଲ ଛତ୍ରଭଙ୍ଗ ଦେଇଛନ୍ତି। ପାହାଡ଼ ଉପରେ ଥିବା ଗାଁଗୁଡ଼ିକ ନକ୍ସଲ କବଳରୁ ମୁକ୍ତି ପାଇଥିଲେ ମଧ୍ୟ ଶିକ୍ଷା ବ୍ୟବସ୍ଥାରେ ଆସିପାରିନି କୌଣସି ପରିବର୍ତ୍ତନ। 

କେହି ବୁଝି ପାରୁନାହାନ୍ତି ଓଡ଼ିଆ
ଆସୁନାହାନ୍ତି ଶିକ୍ଷକ, ଭୂତକୋଠି ପାଲଟିଲାଣି ବିଦ୍ୟାଳୟ

ତୁଳସୀ ଗାଁରେ ଗଣଶିକ୍ଷା ବିଭାଗର ସ୍କୁଲ୍ ରହିଛି। ପ୍ରାଥମିକ ସ୍କୁଲ୍‌ରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ବ୍ୟବସ୍ଥା ରହିଥିବା ବେଳେ ନିଯୁକ୍ତ ହୋଇଛନ୍ତି ଦୁଇ ଶିକ୍ଷକ। ହେଲେ ନିୟମିତ ସ୍କୁଲ୍ ଖୋଲୁନଥିବାରୁ ବିଦ୍ୟାଳୟ ଭୂତକୋଠିରେ ପରିଣତ ହେଲାଣି। ସ୍କୁଲ୍‌ରେ କେତେ ପିଲା ପଢ଼ୁଛନ୍ତି, କେଉଁ ଶ୍ରେଣୀରେ କିଏ ପଢ଼ୁଛନ୍ତି ତାହା କେହି କହିପାରୁନାହାନ୍ତି। ଗାଁରେ ଶିକ୍ଷା ବ୍ୟବସ୍ଥା ବାଟବଣା ହୋଇଥିବାରୁ ପିଲା ଓଡ଼ିଆ ଭାଷା ପ୍ରତି ଆଗ୍ରହ ଦେଖାଉ ନାହାନ୍ତି। ପ୍ରଚଳିତ ଦୁରୁଆ ଭାଷା ସହିତ ଛତିଶଗଡ଼ୀ ଭାଷାରେ ହିଁ କଥାବାର୍ତ୍ତା ହେଉଛନ୍ତି। ଏ ସମ୍ପର୍କରେ ମାଥିଲି ବିଇଓ ସୁମିତ ବିଶ୍ବାସଙ୍କ ସହ ଯୋଗାଯୋଗ ସମ୍ଭବ ହୋଇପାରିନଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନି। ପଞ୍ଚାୟତ ସଦର ମହକୁମାରୁ ୨୦ କିମି ଦୂରରେ ରହିଛି ତୁଳସୀ ଗାଁ। ପାହାଡ଼ ଚଢ଼ି ଗାଁକୁ ଯିବାକୁ ପଡ଼ୁଥିବାରୁ ବିକାଶ ବାଟବଣା ହୋଇଛି। ନକ୍ସଲ ପ୍ରଭାବରୁ ମୁକୁଳିଥିବା ତୁଳସୀ ଗାଁକୁ ଏବେ ରାସ୍ତା ନିର୍ମାଣ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe