ଜଗନ୍ନାଥ କୋଇଲା ଖଣିରେ ଅଘଟଣ: ନିଆଁ ଲାଗି ଜଳିଗଲା ଲୋଡର

Advertisment
ଜଗନ୍ନାଥ କୋଇଲା ଖଣିରେ ଅଘଟଣ: ନିଆଁ ଲାଗି ଜଳିଗଲା ଲୋଡର

ଅନୁଗୁଳ: ମହାନଦୀ କୋଲ ଫିଲ୍ଡସ୍ (ଏମସିଏଲ୍) ଅଧୀନରେ ଥିବା ଜଗନ୍ନାଥ କୋଇଲା ଖଣିରେ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଆଜି ମଧ୍ୟାହ୍ଣ୧ଘଟିକା ସମୟରେ ଏକ କୋଇଲା ଲୋଡ଼ର ଗାଡ଼ି ହଠାତ ହୁ ହୁ ହୋଇ ଜଳି ଉଠିଥିଲା। ହଠାତ ଏଭଳି ଘଟିବାରୁ ଲୋଡରର ଡ୍ରାଇଭର ସଙ୍ଗେ ସଙ୍ଗେ ଗାଡ଼ିରୁ ବାହାରି ଆସିଥିଲେ। ୧୨୦୦ଏଚପିର ଏହି  ମେସିନ ଜଳିବା ଘଟଣାରେ କେହି ଆହତ ହୋଇନାହାନ୍ତି। ଏମସିଏଲ୍ କର୍ତ୍ତୃପକ୍ଷ  ଘଟଣାର ତଦନ୍ତ କରୁଛନ୍ତି।  କେଉଁ କାରଣରୁ ଏଭଳି ଘଟିଲା ତାହାରଅନୁସନ୍ଧାନ କରାଯାଉଛି। ଏହି ଲୋଡରର ମୂଲ୍ୟ ପ୍ରାୟ ୩କୋଟି ଟଙ୍କା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe