ମମିତା ମୃତ୍ୟୁ ମାମଲା: କଲେଜରେ ପହଞ୍ଚିଲା ପ୍ରଶାସନ

ମମିତା ମୃତ୍ୟୁ ମାମଲା: କଲେଜରେ ପହଞ୍ଚିଲା ପ୍ରଶାସନ

ବଲାଙ୍ଗୀର: ବହୁଚର୍ଚ୍ଚିତ ମମିତା ମେହେର ମୃତ୍ୟୁ ଘଟଣାରେ ସ୍ଥାନୀୟ ପ୍ରଶାସନ ଏବେ ସମ୍ପୃକ୍ତ କଲେଜରେ ପହଞ୍ଚିଛି। ପ୍ରଶାସନ ତରଫରୁ ତହସିଲଦାର ସର୍ବେଶ୍ୱର ଜାଲ ଓ ବିଡିଓ ସ୍ନିଗ୍ଧାରାଣୀ ପ୍ରଧାନ କଲେଜରେ ପହଞ୍ଚିଛନ୍ତି। କଲେଜକୁ କେଉଁଠୁ ଅର୍ଥ ଆସୁଥିଲା ସେନେଇ ଏବେ ଯାଞ୍ଚ ଚାଲିଛି। ତା ସହିତ କଲେଜର ସମସ୍ତ କାଗଜପତ୍ରକୁ ମଧ୍ୟ ପ୍ରଶାସନ ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ ଯେ, ମମିତା ମେହେର ମୃତ୍ୟୁ ଘଟଣାରେ ଏବେ ରହସ୍ୟ ଖୋଲିବାରେ ଲାଗିଛ। କଲେଜର ମାଲିକ ଗୋବିନ୍ଦ ସାହୁ ହିଁ ମମିତାଙ୍କୁ ହତ୍ୟା କରିଥିଲା ବୋଲି ସ୍ପଷ୍ଟ ହୋଇଛି। ତେବେ ଏହା ପଛରେ ପରକୀୟା ପ୍ରୀତି ହିଁ ମୁଖ୍ୟ କାରଣ ଥିଲା ବୋଲି କୁହାଯାଉଛି, ଯାହା ଫଳରେ ମମିତାଙ୍କ ତଣ୍ଟିଚିପି ଗୋବିନ୍ଦ ତାଙ୍କୁ ହତ୍ୟା କରିଥିଲା। ହେଲେ ଏହି ଘଟଣାକୁ ନେଇ ଏବେ ବିରୋଧୀମାନେ ଶାସକ ଦଳକୁ ଟାର୍ଗେଟ କରିବାରେ ଲାଗିଛନ୍ତି।

ବିଶେଷକରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଏହି ଘଟଣାରେ ସମ୍ପୃକ୍ତି ନେଇ ବିରୋଧୀମାନେ ଶାସକ ଦଳକୁ ଘେରିବାରେ ଲାଗିଛନ୍ତି। ତୁରନ୍ତ ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦିଅନ୍ତୁ। ଏହି ଘଟଣାର ସିବିଆଇ ଦ୍ୱାରା ତଦନ୍ତ ହେଉ ବୋଲି ବିଜେପି ଦାବି କରିଆସୁଛି। ଆଉ ଏହାରି ଭିତରେ କଲେଜରେ ପ୍ରଶାସନର ଏହି ଯାଞ୍ଚ ଏହି ଘଟଣାକୁ ନୂଆ ଦିଗ ଦେଇପାରେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe