ନର୍ଲା ନିର୍ବାଚନ ମଣ୍ଡଳୀ: ବିଜେଡିରୁ ସ୍ଥାନୀୟ ପ୍ରାର୍ଥୀଙ୍କୁ ଟିକେଟ୍ ଦେବା ପାଇଁ ଜୋର୍ ଧରିଲା ଦାବି

ଘୁ.ଉଦୟଗିରି ବିଧାନସଭା କ୍ଷେତ୍ର ପାଇଁ ବିଜେଡିରୁ ସାଲୁଗା ପ୍ରଧାନଙ୍କ ନାମାଙ୍କନ ପତ୍ର ଦାଖଲ

The Hans India

ରୁପ୍ରା: କଳାହାଣ୍ଡି ଲୋକସଭା କ୍ଷେତ୍ର ଅଧୀନ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି ଗୁରୁତ୍ବପୂର୍ଣ୍ଣ ଆସନ ଭାବରେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ସାଧାରଣ ନିର୍ବାଚନ-୨୦୨୪ ପାଇଁ ଭାରତୀୟ ଜନତା ପାର୍ଟି ୨୦୧୯ ନିର୍ବାଚନର ପରାଜିତ ପ୍ରାର୍ଥୀ ଅନିରୁଦ୍ଧ ପଧାନଙ୍କୁ ଟିକେଟ୍ ପ୍ରଦାନ କରିଥିବା ବେଳେ କଂଗ୍ରେସ ଦଳର ହେଭିୱେଟ୍ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଏଠାରେ ପ୍ରାର୍ଥୀ ହୋଇଛନ୍ତି। ଏପଟେ ବିଜେଡି ଦୁଇଟି ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ନର୍ଲା ପାଇଁ ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀ ଘୋଷଣା କରି ନାହିଁ।

ତେବେ ନର୍ଲା ବିଧାନସଭା ପାଇଁ ବିଜେଡିରେ ଆଶାୟୀଙ୍କ ତାଳିକା ଲମ୍ୱା ଥିବାବେଳେ ଟିକେଟ୍ ବଣ୍ଟନକୁ ନେଇ କସରତ ଚାଲିଥିବା ଜଣାପଡିଛି। ସେହିପରି ଆଶାୟୀମାନଙ୍କୁ ବୁଝାସୁଝା କରି ଜଣଙ୍କ ପ୍ରାର୍ଥୀତ୍ୱ ଉପରେ ସହମତି ଆଣିବାକୁ ଶୀର୍ଷ ନେତୃତ୍ୱ ଉଦ୍ୟମ ଚଳାଇଛନ୍ତି। ବିଧାୟକ ଭୂପିନ୍ଦର ସିଂହ, ଜିଲ୍ଲା ପରିଷଦ ସଭାପତି ପୁଷ୍ପେନ୍ଦ୍ର କୁମାର ସିଂଦେଓ,  ବାବୁଲି ମଣ୍ଡଳ, ସଂଗୀତା ସିଂହଦେଓ, ମନୋରମା ମହାନ୍ତି, ସାରଦା ପ୍ରସନ୍ନ ସ୍ୱାଇଁ ଓ ନର୍ଲା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଟିକେଟ୍ ଲବିରେ ଥିବାବେଳେ ସ୍ଥାନୀୟ ପ୍ରାର୍ଥୀଙ୍କୁ ଟିକେଟ୍ ପ୍ରଦାନ କରିବାକୁ ଦାବି ଜୋର୍ ଧରିଛି।

ନର୍ଲା ଆସନରେ କଂଗ୍ରେସର ହେବିଓ୍ବେଟ ନେତା ଶ୍ରୀ ଦାସ ପ୍ରତିଦ୍ବନ୍ଦିତା କରୁଥିବାରୁ ସ୍ଥାନୀୟ ପ୍ରାର୍ଥୀ ଭାବେ ବିଜେଡ଼ିରୁ ଦୁର୍ଗାପ୍ରସାଦ ମହାନ୍ତି  ହିଁ ଟକ୍କର ଦେଇ ଦୁର୍ଗ ରକ୍ଷା କରିପାରିବେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe