ମୟୂରଭଞ୍ଜରେ ରେକର୍ଡ ଭାଙ୍ଗିଲା ସ୍ଥାନୀୟ ସଂକ୍ରମଣ : ଗୋଟିଏ ଦିନରେ ସମସ୍ତ କରୋନା ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ

Advertisment

୫୩ରୁ ୫୩ ସ୍ଥାନୀୟ ସଂକ୍ରମିତ, ଆକ୍ରାନ୍ତଙ୍କଠାରୁ ସୁସ୍ଥ ଆଗୁଆ

୫୩ରୁ ୫୩ ସ୍ଥାନୀୟ ସଂକ୍ରମିତ, ଆକ୍ରାନ୍ତଙ୍କଠାରୁ ସୁସ୍ଥ ଆଗୁଆ

ମୟୂରଭଞ୍ଜରେ ରେକର୍ଡ ଭାଙ୍ଗିଲା ସ୍ଥାନୀୟ ସଂକ୍ରମଣ : ଗୋଟିଏ ଦିନରେ ସମସ୍ତ କରୋନା ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ

Land Tirol

ବାରିପଦା : ରେକର୍ଡ ଭାଙ୍ଗିଛି ସ୍ଥାନୀୟ ସଂକ୍ରମଣ। ଗୋଟିଏ ଦିନରେ ସମସ୍ତ କରୋନା ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ ହେବା ମୟୂରଭଞ୍ଜରେ ଉଲ୍ଲେଖନୀୟ ଘଟଣା। ଏହା ଗୋଷ୍ଠୀସଂକ୍ରମଣ ଦିଗରେ ଜିଲ୍ଲାକୁ ଆଗକୁ ନେଉଥିବା ପ୍ରାୟତଃ ସ୍ପଷ୍ଟ ହେଉଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ତେବେ ଆଜି ଆକ୍ରାନ୍ତଙ୍କଠାରୁ ଆଗେଇଛନ୍ତି ସୁସ୍ଥ। ଆଜି ମୟୂରଭଞ୍ଜ ଜିଲ୍ଲାରୁ ୫୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୬୦ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୫୩ ସଂକ୍ରମିତଙ୍କ ମଧ୍ୟରୁ ପୁରା ୫୩ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏଥିସହିତ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୧୬୫୩ରେ ପହଞ୍ଚିଛି । ବାରିପଦା ପୌରପରିଷଦରେ କ୍ରମାଗତଭାବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି। ଯାହା ଚିନ୍ତା ବଢ଼େଇଛି। ଏକ ଘରୋଇ ବ୍ୟାଙ୍କର କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଅନ୍ୟ ଆକ୍ରାନ୍ତମାନେ ମଧ୍ୟ ସ୍ଥାନୀୟ ସଂକ୍ରମିତ। ଆଜି ସୁଦ୍ଧା ଜିଲ୍ଲାରେ ୯୫୭ ଜଣ ସୁସ୍ଥ ହୋଇଥିବାବେଳେ ସକ୍ରିୟଙ୍କ ସଂଖ୍ୟା ୬୯୦ ରହିଛି। ତେବେ ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ସ୍ଥାନୀୟ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିବା ସମୟରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଏଥି ନିମନ୍ତେ ଭୟଭୀତ ଅଥବା ବିଚଳିତ ନ ହେବା ନିମନ୍ତେ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଆବଶ୍ୟକ ନଥିଲେ କେହି ବାହାରକୁ ନବାହାରି ଘରେ ରହିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଯୋଗାଣ ବିଭାଗୀ ମହିଳା କର୍ମଚାରୀଙ୍କୁ କରୋନା
ବାରିପଦା : ଜିଲ୍ଲା ଯୋଗାଣ ବିଭାଗ କାର୍ଯ୍ୟାଳୟରେ ପଶିଛି କରୋନା। ଏହି କାର୍ଯ୍ୟାଳୟର ଜଣେ ମହିଳା କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହା ଜଣାପଡ଼ିବା ପରେ କାର୍ଯ୍ୟାଳୟକୁ ବିଶୋଧନ କରାଯାଇଛି। ଉକ୍ତ ମହିଳା କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତେ ନିଜକୁ ଆଇସୋଲେଟେଡ୍ କରି ରଖିବାକୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe