ଆଠଗଡ଼ କୋରଙ୍ଗ ଗ୍ରାମରେ ଅବକାରୀ ବିଭାଗର ଚଢ଼ଉ; ୧୫ ଲିଟର ଦେଶୀ ମଦ ଜବତ

ଆଠଗଡ଼ କୋରଙ୍ଗ ଗ୍ରାମରେ ଅବକାରୀ ବିଭାଗର ଚଢ଼ଉ; ୧୫ ଲିଟର ଦେଶୀ ମଦ ଜବତ

Sambad

ଆଠଗଡ଼: କଟକ ଜିଲ୍ଲାର ଆଠଗଡ଼ ଥାନା ଅନ୍ତର୍ଗତ କୋରଙ୍ଗ ଗ୍ରାମ ପାର୍ଶ୍ବରେ ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମ‌େ ଚଢ଼ଉ କରାଯାଇ ୧୫ ଲିଟର ଦେଶୀ ମଦ ଜବତ ହୋଇଥିବା ଜଣାଯାଇଛି।

କଟକ ଅବକାରୀ ବିଭାଗ, ଆଠଗଡ଼ ଅବକାରୀ ବିଭ‌ାଗର ଓ ଆଠଗଡ଼ ପୁଲିସର ମିଳିତ ଉଦ୍ୟମରେ ଚଢ଼ଉ କରାଯାଇଥିଲା। ଏଥିରେ ୭ ହଜାର ୫ ଶହ ଲିଟର ‌ଗୁଡ଼ପୋଚ ଓ ୧୫ ଲିଟର ଦେଶୀ ମଦ ଜବତ କରାଯାଇଥିଲା। ଏଥିସହ ଜଣଙ୍କୁ ଗିରଫ କରାଯାଇଛି। ଏଥିନେଇ ଅଧିକ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe