Advertisment

ପୋଲ ନହେଲେ ଭୋଟ ବର୍ଜନ କରିବେ ଅଞ୍ଚଳବାସୀ

Advertisment
ପୋଲ ନହେଲେ ଭୋଟ ବର୍ଜନ କରିବେ ଅଞ୍ଚଳବାସୀ

କଣ୍ଟାମାଳ : ଶ୍ରୀରାମ ନାଳ ଉପରେ ପୋଲ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ନହେଲେ ଅଞ୍ଚଳବାସୀ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁସାରେ, କଣ୍ଟାମାଳ ବ୍ଲକ ବରଗାଁ ପଞ୍ଚାୟତ ସଦର ଗ୍ରାମରୁ ଖଲିଆପାଲି ରାସ୍ତାରେ ଥିବା ଶ୍ରୀରାମ ନାଳ ଉପରେ ପୋଲ ନିର୍ମାଣ ପାଇଁ ଅଞ୍ଚଳବାସୀ ବହୁଦିନରୁ ଦାବି କରି ଆସୁଥିଲେ। ଏ ସମ୍ପର୍କିତ ଏକ ଦାବିପତ୍ର ଆଜି ଅଞ୍ଚଳବାସୀ କଣ୍ଟାମାଳ ବିଡିଓ କଳାକୃଷ୍ଣ ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି। ନିର୍ବାଚନ ପୂର୍ବରୁ ପୋଲକାମ ଆରମ୍ଭ ନ ହେଲେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଅଞ୍ଚଳବାସୀ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି।

ଏହି ପୋଲ ନିର୍ମାଣ ପାଇଁ ବର୍ଷେ ପୂର୍ବରୁ ସଂପୃକ୍ତ ଠିକାଦାର ଆବଶ୍ୟକ ବାଲି, ଗେଟି ଓ ମେଟାଲ ଆଦି ନିର୍ମାଣ ସାମଗ୍ରୀ ସଂଗ୍ରହ କରି ଗଦା କରି ରଖିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି କାମ ଆରମ୍ଭ କରି ନଥିବାରୁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବରଗାଁ ଅଞ୍ଚଳର ବିଭିନ୍ନ ଗ୍ରାମର ଈଶ୍ୱର ବାଘ, ଖଗେଶ୍ବର ନାଏକ, ରାଜକୁମାର ବାଘ, ଧନେଶ୍ଵର ବାଘ, ଅନିରୁଦ୍ଧ ସାହୁ, ପଞ୍ଚାନନ ବାଘ, ରାଜୁ ସାହୁ, ରବି ରଣା, ଭାଗରଥି ଦାସ, ଚକାମନ ବଗର୍ତ୍ତୀ, ଘନଶ୍ୟାମ ରଣା, ରଥି ହାତୀ, ସୁଦାମ ରାଉତ ପ୍ରମୁଖ ଆଜି ଏକ ଦାବିପତ୍ର କଣ୍ଟାମାଳ ବିଡିଓଙ୍କୁ ପ୍ରଦାନ କରିଛନ୍ତି। ଏ ସମ୍ପର୍କରେ ବିଡିଓ ଶ୍ରୀ ପ୍ରଧାନଙ୍କୁ ପଚାରିବାରୁ ସଂପୃକ୍ତ ଠିକାଦାରଙ୍କୁ ତାଗିଦ କରି ଖୁବଶୀଘ୍ର ଉକ୍ତ ପ୍ରକଳ୍ପର କାର୍ଯ୍ୟାରମ୍ଭ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe