Telegraph India
ସମ୍ବଲପୁର: ସିଟି ବସ୍ ଟର୍ମିନାଲ ପାଇଁ ଏବେ ଖୋଜା ଚାଲିଛି ଜାଗା। ଆଜି ଉତ୍ତରାଂଚଳ ଆର୍ଡିସି ଡ.ସୁରେଶ ଚନ୍ଦ୍ର ଦଳେଇ ଏବଂ ସମ୍ବଲପୁର ମହାନଗରର ନିଗମ କମିସନର ପ୍ରଦୀପ ସାହୁ ଜାଗା ଦେଖିବା ପାଇଁ ସିଂହପାଲି ଯାଇଥିଲେ। ଆସନ୍ତାକାଲି ପୁଣି ଆଉ ୨/୩ଟି ଜାଗା ଦେଖିବାକୁ ଯିବେ। ସେଥିମଧ୍ୟରୁ କୌଣସି ଗୋଟିଏ ଜାଗା ଚୟନ କରାଯିବ ବୋଲି କହାଯାଇଛି।
ସିଟି ବସ୍ ଟର୍ମିନସ୍ ପାଇଁ ପ୍ରାୟ ୨/୩ ଏକର ଜାଗା ଆବଶ୍ୟକ ପଡ଼ୁଛି। ବର୍ତ୍ତମାନର ମହଂଗା ଦୁନିଆରେ ଘରୋଇ ଜାଗା କିଣି ସିଟି ବସ୍ ଟର୍ମିନାଲ ସ୍ଥାପନ ସମ୍ଭବ ନୁହେଁ, ତେଣୁ ପ୍ରଶାସନ ପକ୍ଷରୁ ଏଥିପାଇଁ ସରକାରୀ ଜାଗା ଖୋଜା ଚାଲିଛି। ଏହି ବସ୍ ଟର୍ମିନାଲ୍ରେ ମୁଖ୍ୟତଃ ପଶ୍ଚିମ ଓଡ଼ିଶା ସହରାଂଚଳ ପରିବହନ ଲିମିଟେଡ୍ର ଗାଡ଼ି ରହିବ। ସେଠାରେ ବସ୍ଗୁଡ଼ିକର ରହଣି, ମରାମତି ସହିତ ଚାଳକ ଓ କର୍ମଚାରୀମାନଙ୍କ ନିମନ୍ତେ ବିଶ୍ରମ କକ୍ଷ ସହିତ ଅନ୍ୟାନ୍ୟ ସୁବିଧା ରହିବ। ବର୍ତ୍ତମାନ ମୁଦିପଡ଼ାଠାରେ ପଶ୍ଚିମ ଓଡ଼ିଶା ସହରାଂଚଳ ପରିବହନ ଲିମିଟେଡ୍ର ବସ୍ଗୁଡ଼ିକ ରହୁଥିବା ବେଳେ ଭିତ୍ତିଭୂମିର ଅଭାବ ଯୋଗୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି।
Follow Us