ଲକ୍‌ଡାଉନ୍ ଉଲ୍ଲଂଘନ, ୩ ହଜାର ଟପିଲା ମାମଲା

Advertisment

ତିନି ଜିଲ୍ଲାରେ ଡିଜିପିଙ୍କ ସମୀକ୍ଷା ସଟ୍‌ଡାଉନ୍ ପାଇଁ କୃତଜ୍ଞତା ଜଣାଇଲେ

ତିନି ଜିଲ୍ଲାରେ ଡିଜିପିଙ୍କ ସମୀକ୍ଷା ସଟ୍‌ଡାଉନ୍ ପାଇଁ କୃତଜ୍ଞତା ଜଣାଇଲେ

ରାଜ୍ୟ ପୁଲିସକୁ ଟିକା ସୁରକ୍ଷା: ଦ୍ବିତୀୟ ଲହରରେ ୪୦୦ ସଂକ୍ରମିତ; ୪ ମୃତ

ଭୁବନେଶ୍ବର : ରାଜ୍ୟବ୍ୟାପୀ ଲକ୍‌ଡାଉନ୍ ଚାଲିଥିବା ବେଳେ ଆଇନ ଉଲ୍ଲଂଘନକାରୀଙ୍କ ସଂଖ୍ୟା ୩ ହଜାର ଟପି ଯାଇଛି। ଗତ ୧୧ ଦିନ ଭିତରେ ଲକ୍‌ଡାଉନ୍ ଆଇନ ଉଲ୍ଲଂଘନ ନେଇ ରାଜ୍ୟରେ ୩ ହଜାରରୁ ଅଧିକ ମାମଲା ରୁଜୁ ହେଲାଣି। ୨୫୦୦ରୁ ଅଧିକ ଲୋକଙ୍କୁ ପୁଲିସ ଗିରଫ କଲାଣି। ୪ ତାରିଖରୁ ୫ ତାରିଖ ସକାଳ ପର୍ଯ୍ୟନ୍ତ ଗତ ୨୪ ଘଣ୍ଟା ଭିତରେ ରାଜ୍ୟର ବିଭିନ୍ନ ଥାନାରେ ୨୦୩ଟି ମାମଲା ରୁଜୁ ହୋଇଛି। ତାହା ଭିତରୁ ୩ଟି ମାମଲା ଗୃହ ସଂଗରୋଧ ଆଇନ ଉଲ୍ଲଂଘନ ଅଭିଯୋଗରେ ରୁଜୁ ହୋଇଛି। ସେହିପରି ଅନ୍ୟ ଘଟଣାରେ ୧୫ଟି ମାମଲା ରୁଜୁ କରିଛି ପୁଲିସ। ୨୧ ଦିନର ଲକ୍‌ଡାଉନ ଅବଧିରୁ ୧୧ ଦିନ ଶେଷ ହୋଇଥିବା ବେଳେ ଆଉ ୧୦ ଦିନ ବାକି ରହିଛି।

ଅନ୍ୟପକ୍ଷରେ ପୁଲିସ ଡିଜି ଅଭୟ ଆଜି ୩ ଜିଲ୍ଲାକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ଡିଜିପି ଅଭୟ ପୂର୍ବାହ୍ନରେ ପ୍ରଥମେ ଭଦ୍ରକ ଯାଇ ସେଠାରେ ଏସ୍‌ପି ଓ ଆଇଜିଙ୍କ ସହ ଆଲୋଚନା କରିଥିଲେ। ପୁଲିସ କଣ୍ଟ୍ରୋଲ ରୁମ୍ ଓ ଲକ୍‌ଡାଉନ୍ ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ଏହା ସହ ଭଦ୍ରକ ଟାଉନରେ ସଟ୍‌ଡାଉନ୍ ସମ୍ପର୍କରେ ଆଲୋଚନା କରିଥିଲେ। ପରେ ଯାଜପୁର ଓ କେନ୍ଦ୍ରାପଡ଼ା ଯାଇ ସ୍ଥିତି ସମୀକ୍ଷା କରିଥିଲେ ଡିଜିପି।

ସଟ୍‌ଡାଉନ୍ ସମୟରେ ଭୁବନେଶ୍ବର, କଟକ ଓ ଭଦ୍ରକ ସହର ବାସିନ୍ଦା ଶାନ୍ତି ଶୃଙ୍ଖଳାର ସହ ଘରେ ରହିଥିବାରୁ ଶୁଭେଚ୍ଛା ଜଣାଇଛନ୍ତି ଡିଜିପି। ପୁଲିସକୁ ସହଯୋଗ କରିଥିବାରୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସାମାଜିକ ଦୂରତ୍ବ ବଜାୟ ରଖିବାକୁ ଜନସାଧାରଣଙ୍କୁ ଟ୍ବିଟ୍ ଯୋଗେ ପରାମର୍ଶ ଦେଇଛନ୍ତି ଡିଜିପି ଅଭୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe