ପୁରୀ : ଲକ୍‌ଡାଉନ୍‌ ପାଇଁ ଦେବାଳିଆ ହେଲାଣି ବିଦ୍ୟୁତ୍ ବିଭାଗ

Advertisment
୧୩୭% ବଢ଼ିଲାଣି ବିଜୁଳି ଦର; କ୍ଷତି କରୁଛନ୍ତି କମ୍ପାନି, ବୋଝ ମୁଣ୍ଡାଉଛନ୍ତି ଘରୋଇ ଉପଭୋକ୍ତା

pe.gatech.edu

ପୁରୀ : କରୋନା କଟକଣା, ଲକ୍‌ଡାଉନର ପ୍ରଭାବ ସମସ୍ତଙ୍କ ଉପରେ ପଡ଼ିଛି। ଛୋଟରୁ ଆରମ୍ଭ କରି ବଡ଼ ଶିଳ୍ପ ଏହା ଦ୍ବାରା ପ୍ରଭାବିତ ହୋଇଛନ୍ତି। ‌ତେବେ ଏହି କଟକଣା ଯୋଗୁଁ ବିଦ୍ୟୁତ ବିଭାଗ ବେଶ୍‌ ଚିନ୍ତାରେ ରହିଛି। ଗତ ଫନି ବାତ୍ୟା‌ରେ ଧ୍ବସ୍ତବିଧ୍ବସ୍ତ ହୋଇ ପଡ଼ିଥିବ‌ା ପୁରୀର ବିଦ୍ୟୁତ୍ ଭିତ୍ତିଭୂମି ସଜାଡ଼ିବାକୁ ୮ ମାସ ଲାଗିଥିଲା। ଭିତ୍ତିଭୂମି ସଜାଡ଼ିବାକୁ ପ୍ରାୟ ୫୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏବେ ପୁଣିଥରେ କ‌ରୋନା କଟକଣା ଯୋଗୁଁ ବିଦ୍ୟୁତ ବିଭାଗ ମେରୁଦଣ୍ଡ ଭାଙ୍ଗିଯାଇଛି। ପୁରୀର ବିଦ୍ୟୁତ୍‌ ବିଭାଗ ଆୟର ମୁଖ୍ୟ ଉତ୍ସ ହୋଟେଲ ଶିଳ୍ପ ଏବେ ବନ୍ଦ ରହିଛି। ହୋଟେଲ ବନ୍ଦ ଥିବାରୁ ବିଦ୍ୟୁତ୍ ବ୍ୟବହାର କମିଛି।

ଅନ୍ୟପକ୍ଷରେ ଆୟ ନ ଥିବାରୁ ହୋଟେଲଗୁଡିକ ସେମ‌ାନଙ୍କ ସର୍ବନିମ୍ନ ବିଲ୍ ମଧ୍ୟ ଦେବାକୁ ମନା କରି ଦେଇଛନ୍ତି। ଫଳରେ ଏହାକୁ ନେଇ ଏକ ବଡ଼ ସମସ୍ୟା ସୃଷ୍ଟି ହୋଇଥିବା ପୁରୀ ବିଦ୍ୟୁତ୍‌ ଡିଭିଜନ୍ ନିର୍ବାହୀଯନ୍ତ୍ରୀ ଶିବ ପ୍ରସାଦ ସ୍ବାଇଁ କହିଛନ୍ତି। ଏଥର ଯେଉଁ ଭଳି ବିଦ୍ୟୁତ୍ ବିଲ୍ ଆଦାୟ ହୋଇଛି ସେଥିରୁ କର୍ମଚାରୀଙ୍କ ଦରମା ଦେବା ମଧ୍ୟ ଅସମ୍ଭବ ହୋଇପଡ଼ିଛି। ସରକାର ସହଯୋଗ ନ କ‌ଲେ କର୍ମଚାରୀଙ୍କୁ ଦରମା ଦିଆଯାଇପାରିବ ନାହିଁ। ଗତବର୍ଷ ମାର୍ଚ୍ଚ ମାସରେ ପୁରୀ ବିଦ୍ୟୁତ‌୍ ଡିଭିଜନରେ ୨୪ କୋଟି ଟଙ୍କା ଆଦାୟ କରାଯାଇଥିବା ବେଳେ ଏଥରେ ୭ କୋଟି ପାର ହୋଇନାହିଁ। ଫଳରେ ଏତିକି ସମ୍ବଳ ଭିତରେ ବିଦ୍ୟୁତ ମେଣ୍ଟେନାନ୍‌ସ, ସରଞ୍ଜାମ କିଣିବା ପରେ ଅର୍ଥ ବଳିବ ନାହିଁ। ଆଗକୁ ଏହା ଗୁରୁତର ସମସ୍ୟା ସୃଷ୍ଟି କରିବ। ସେହି ଭଳି ଏପ୍ରିଲ ମାସରେ ଏ ପର୍ଯ୍ୟନ୍ତ ମାତ୍ର ଏକ କୋଟି ଟଙ୍କା ଆଦାୟ କରାଯାଇଛି। ବିଲ୍ ମଧ୍ୟ ହ୍ରାସ ପାଇଛି। ଗ୍ରାହକମାନେ ଠିକଣା ସମୟରେ ବିଦ୍ୟୁତ ବିଲ୍ ପୈଠ କରିବାକୁ ସେମାନଙ୍କୁ ଉତ୍ସାହିତ କରାଯିବା‌ର ବ୍ୟବସ୍ଥା ହୋଇଛି। ଉପଭୋକ୍ତା ୪ ତାରିଖ ପୂର୍ବରୁ ବିଦ୍ୟୁତ୍ ବିଲ୍ ପୈଠ କଲେ ୪ ପ୍ରତିଶତ ରିହାତି ଦିଆଯାଉଛି। ଏ ସବୁ ସତ୍ତ୍ବେ ମଧ୍ୟ ବିଲ ଆଦାୟ କରାଯାଇପାରୁନାହିଁ। ଏବେ କାଳବୈଶାଖୀ ବିଦ୍ୟୁତ୍ କର୍ମଚାରୀଙ୍କ ପାଇଁ କାଳ ହୋଇଛି ବୋଲି ଶ୍ରୀ ସ୍ବାଇଁ ଏହା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe