କୋଣାର୍କ : ‘କରୋନା’ ସଂକ୍ରମଣକୁ ନେଇ ସମାଜର ସବୁସ୍ତରର ଲୋକେ ବିଚଳିତ ହୋଇଛନ୍ତି। ଧନୀ, ଗରିବ ସମସ୍ତଙ୍କୁ ଘାରୁଛି କରୋନା ଭୟ। ତେବେ ଏହି ସଂକ୍ରମଣ ରୋକିବାକୁ ଏବେ ଦେଶବ୍ୟାପୀ ୨୧ ଦିନିଆ ଲକ୍ଡାଉନ ବଳବତ୍ତର ଥିବା ସମୟରେ କୋଣାର୍କ ଅଞ୍ଚଳର ମତ୍ସ୍ୟଜୀବୀମାନେ ଗୁରୁତର ପ୍ରଭାବିତ ହୋଇଛନ୍ତି। ଚନ୍ଦ୍ରଭାଗା ନୋଳିଆସାହିର ମତ୍ସ୍ୟଜୀବୀଙ୍କ ନିକଟରୁ ସେମାନଙ୍କ ଦୁର୍ଦ୍ଦଶା ସ୍ପଷ୍ଟ ବାରି ହୋଇପଡ଼ୁଛି। ଦୀର୍ଘ ଦୁଇ ସପ୍ତାହରୁ ଅଧିକ ଧରି ସମୁଦ୍ରକୁ ମାଛ ଧରିବାକୁ ସେମାନେ ଯାଇପାରି ନାହାନ୍ତି। ଫଳରେ ପରିବାରର ଭରଣପୋଷଣକୁ ନେଇ ସେମାନେ ଚିନ୍ତିତ ହୋଇ ପଡ଼ିଛନ୍ତି। ଇତିମଧ୍ୟରେ ଘରେ ଗଚ୍ଛିତ ଥିବା ସମ୍ବଳ ମଧ୍ୟ ଧୀରେ ଧୀରେ ସରିଆସିଲାଣି। ପେଟକୁ ଦାନା କିଭଳି ଯୋଗାଡ଼ କରିବେ ସେହି ଚିନ୍ତାରେ ଏବେ ନୋଳିଆ ସାହିର ସବୁ ମତ୍ସ୍ୟଜୀବୀ ପରିବାର। ଏହାକୁ ଦୃଷ୍ଟିରେ ରଖି ସେଠାରେ ଥିବା ଶହ ଶହ ମତ୍ସ୍ୟଜୀବୀଙ୍କୁ ସହାୟତା ଯୋଗାଇ ଦେବା ପାଇଁ ପୁରୀଜିଲ୍ଲା କେନ୍ଦ୍ରୀୟ ମତ୍ସ୍ୟ ସମବାୟ ମହାସଂଘର ସଭାପତି ମଧୁସୂଦନ ପ୍ରଧାନ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ମତ୍ସ୍ୟ ସଂପଦ ମନ୍ତ୍ରୀଙ୍କୁ ଅବଗତ କରିଛନ୍ତି।
ଦୁର୍ଦ୍ଦଶାରେ ମତ୍ସ୍ୟଜୀବୀ : ଲକ୍ଡାଉନ ଯୋଗୁଁ ହାତବାନ୍ଧି ବସିଛନ୍ତି ଶହଶହ ମତ୍ସ୍ୟଜୀବୀ
Advertisment
Follow Us