ଜୟପୁରରେ ତାଲାବନ୍ଦର ପ୍ରଭାବ : ଅମାନିଆ ଲୋକ ଓ ଆଳୁ, ପିଆଜ ବେପାରୀଙ୍କ ଉପରେ ପୁଲିସର ମୃଦୁ ଲାଠି ଚାଳନା

Advertisment

ଜୟପୁର ବ୍ଲକର ଗାଁକୁ ଗାଁ ପ୍ରବଶ ପଥ ସିଲ୍

ଜୟପୁର ବ୍ଲକର ଗାଁକୁ ଗାଁ ପ୍ରବଶ ପଥ ସିଲ୍

ଜୟପୁରରେ ତାଲାବନ୍ଦର ପ୍ରଭାବ : ଅମାନିଆ ଲୋକ ଓ ଆଳୁ, ପିଆଜ ବେପାରୀଙ୍କ ଉପରେ ପୁଲିସର ମୃଦୁ ଲାଠି ଚାଳନା

ଜୟପୁର : ତାଲାବନ୍ଦର ପ୍ରଭାବ ଧିରେ ଧିରେ ଜୟପୁର ସହର ଓ ବ୍ଲକର ବିଭିନ୍ନ ଗାଁରେ ଦେଖିବାକୁ ମିଳୁଛି। ଆଜି ସହରର ମୁଖ୍ୟରାସ୍ତାରେ ଅସ୍ଥାୟୀ ବଜାରରେ ପନି ପରିବା, ଫଳ ଦୋକାନ ସକାଳୁ ଖୋଲିଥିବା ଦେଖିବାକୁ ମିଳିଥିଲା। ତେବେ କିଛି ଆଳୁ ଓ ପିଆଜ ଦୋକାନୀ ମୁଖ୍ୟରାସ୍ତାକୁ ଆସିଥିବା ବେଳେ ଆଉ କିଛି ବଜାର ଛାଡିବା ମୁଢ଼ରେ ନଥିଲେ। ଏହି ସୂଚନା ପାଇ ପୁଲିସ ସେମାନଙ୍କୁ ମୁଖ୍ୟରାସ୍ତାର ଅସ୍ଥାୟୀ ବଜାରକୁ ଯିବାକୁ କହିଥିଲେ। ତେବେ ସେମାନେ ଯିବା ପାଇଁ ମନା କରିବା ପରେ ପୁଲିସ ବାଧ୍ୟ ହୋଇ ମୃଦୁ ଲାଠି ଚାଳନା କରିଥିଲା। ଏହା ପରେ ସବୁ ଅସ୍ଥାୟୀ ବଜାରକୁ ଯାଇଥିଲେ।

publive-image

ସେଇଭଳି ଆଜି ଦ୍ବିତୀୟ ଦୈନିକ ବଜାରର ଆମିଷ ବଜାରରେ ଥିବା ମାଛ ବଜାରରେ ଲୋକେ ସମଦୂରତା ରକ୍ଷା ନ କରି, ଗୋଲେଇ ବାହାରେ ରହି ମାଛ କିଣୁଥିବା ଦେଖିବାକୁ ମିଳିଥିଲା। ପୁଲିସ ଏଠାରେ ବି ଚଢ଼ାଉ କରି ବୁଝାସୁଝା କରିବା ପରେ ମଧ୍ୟ ଲୋକେ ନ ଶୁଣିବାରୁ ପରେ ମୃଦୁ ଲାଠି ଚାଳନା କରିବା ପରେ ସବୁ ଗୋଲେଇରେ ଠିଆ ହୋଇ ମାଛ କିଣିଥିଲେ। ତେବେ ସକାଳୁ କିଛି ଅମାନିଆ ଲୋକେ ପରିବା ବଜାରରେ ବି ସେଭଳି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। ଉଭୟ ସ୍ଥାନରେ ପୁଲିସର କାର୍ଯ୍ୟାନୁଷ୍ଠାନ ଶୁଣିବା ପରେ ଲୋକେ ଗୋଲେଇରେ ଯାଇ ଠିଆ ହେବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଆଜି ଜୟପୁର ବ୍ଲକର ବିଭିନ୍ନ ଗାଁ ଗୁଡିକ ନିଜ ଗାଁ’ର ପ୍ରବେଶପଥକୁ ସିଲ୍ କରିଥିବା ଦେଖିବାକୁ ମିଳିଥିଲା। ଜୟନ୍ତିଗିରୀ, ତଳଗୁଡା, ପୁଜାରୀପୁଟ ଆଦି ଗାଁରେ ଅନ୍ୟ ଗାଁର ଲୋକଙ୍କୁ ପଶିବାକୁ ଦେଇ ନଥିଲେ। ତେବେ ମଙ୍ଗଳବାର ଦିନ ଜୟନ୍ତିଗିରୀ ସାପ୍ତାହିକ ହାଟଥିବାରୁ ସେଦିନ ହାଟ କିଭଳି ହେବ ସେ ନେଇ ଏବେ ପନି ପରିବା ଚାଷୀ ଚିନ୍ତାରେ ପଡିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe