ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ଉପ‌ରେ କଟକଣା ପରେ ସଙ୍କଟରେ ଦଶ ହଜାର ‌ସେବାୟତ ପରିବାର

ଦୁଇ ହଜାର ଯାତ୍ରୀପଣ୍ଡା, ଗୁମାସ୍ତାଙ୍କ ଜୀବିକ‌ା ବିପନ୍ନ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ଉପ‌ରେ କଟକଣା ପରେ ସଙ୍କଟରେ ଦଶ ହଜାର ‌ସେବାୟତ ପରିବାର

ପୁରୀ : ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ଉପ‌ରେ କଟକଣା ଲାଗିଛି। ଗତ ୨୦ ତାରିଖରୁ ଲାଗିଥିବ‌ା ଏହି କଟକଣାକୁ ବଢାଇ ଦିଆଯାଇଛି। ଶ୍ରୀମନ୍ଦିର ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିବା ପରେ ମନ୍ଦିର ଏବେ ଖ‌ାଁ ଖ‌ାଁ ରହିଛି। ଜଣେ ବି ଭକ୍ତ ମନ୍ଦିର ଭିତରକୁ ଯାଉନାହାନ୍ତି। କେବଳ ପାଳିଆ ସେବକ ମହାପ୍ରଭୁଙ୍କ ନୀତିକାନ୍ତି କରିବା ପାଇଁ ମନ୍ଦିର ଯାଉଛନ୍ତି। ଯାହାର ପ୍ରଭାବ ଏବେ ବ୦ ହଜାର ସେବାୟତଙ୍କ ପରିବାର ଉପରେ ପଡ଼ିଛି। ୨ହଜାରରରୁ ଅଧିକ ଯାତ୍ରୀ ପଣ୍ଡା ଓ ଗୁମ‌ାସ୍ତା ମଧ୍ୟ ସଙ୍କଟରେ ରହିଛନ୍ତି। ସେମାନଙ୍କ ଜୀବିକ‌ା ବିପନ୍ନ ହୋଇପଡ଼ିଛି। ଯାତ୍ରୀ ଆସୁନଥିବାରୁ ଅଧିକାଂଶ ଯାତ୍ରୀ ଗୁମାସ୍ତ‌ା ଆର୍ଥିକ ଅନଟନ ଭିତରେ ଗତି କରୁଛନ୍ତି।

ସର୍ଭେ ମୁତ‌ାବକ, ପୁରୀର ଶତକଡା ୮୦ ପ୍ରତିଶତ ସେବକ ପରିବାର ଦାରିଦ୍ର୍ୟ ସୀମାରେଖ ତଳେ ରହିଛନ୍ତି। ଦୈନନ୍ଦିନ ଶ୍ରୀମନ୍ଦିର ଉପରେ ସେମାନେ ନିର୍ଭର କରିନ୍ତି। ଭକ୍ତ ଦାନ ଦକ୍ଷିଣା‌ରେ ସେମାନଙ୍କ ପରିବାର ଚଳିଥାଏ। ଏବେ କଟକଣା ଯୋଗୁଁ ସେମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ଶ୍ରୀମନ୍ଦିର ଉପରେ ନିର୍ଭର କରୁଥିବା ୧୦ ହଜାର ସେବକଙ୍କ ପରିବାର କଲ୍ୟାଣ ପାଇଁ ରାଜ୍ୟ ସରକାର ସହାୟତା ଦେବାର ବ୍ୟବସ୍ଥା କରିବାକୁ ବରିଷ୍ଠ ସେବାୟତ ବିଶ୍ବା‌ବସୁ ବିନାୟକ ଦାସମହାପାତ୍ର ଦାବି କରିଛନ୍ତି। ମନ୍ଦିରର ପ୍ରଶାସନ ଏଭଳି ଦୁର୍ଦିନ ସମୟରେ ସେବାୟତଙ୍କୁ ସହ‌ଯୋଗର ହାତ ନ ବଢାଇବା ଦୁର୍ଭାଗ୍ୟର କଥା ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ, କଟକଣା ଉଠିଲେ ମଧ୍ୟ ଆସନ୍ତା ଦୁଇ ତିନି ମାସ ପାଇଁ ପୁରୀରେ ଭକ୍ତଙ୍କ ସଂଖ୍ୟା କମିବ ଏଥିପାଇଁ ସରକାର ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ଶ୍ରୀ ଦାସମହାପାତ୍ର ଦାବି ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe