ଭଦ୍ରକ: ସଟଡାଉନ ପାଇଁ ଭଦ୍ରକରେ କର୍ଫ୍ୟୁ ଲାଗିଥିବା ବେଳେ ୧୨ ପ୍ଲାଟୁନ୍ ଫୋର୍ସ ସହରରେ ମୁତୟନ ହୋଇଛନ୍ତି। ସହରରେ ଗତକାଲି ରାତି ଓ ଆଜି ଦିନରେ ବାଲେଶ୍ଵର ଆଇଜି ପୁଲିସ ଦିପ୍ତେଶ୍ ପଟ୍ଟନାୟକ, ଭଦ୍ରକ ଏସପି ରାଜେଶ ପଣ୍ଡିତ ଓ ବରିଷ୍ଠ ପୋଲିସ ଅଧିକାରୀମାନେ ପଇଁତରା ମାରୁଛନ୍ତି । ତେବେ ଆଜି ନିୟମ ଭଙ୍ଗକରିବାକୁ ନେଇ ଭଦ୍ରକ ଟାଉନ୍ ଥାନାରେ ୯ ମାମଲା ଓ ଭଦ୍ରକ ପୁରୁଣା ବଜାର ଥାନାରେ ୭ ମାମଲା ରୁଜୁ କରାଯାଇଛି | ମୋଟ ୧୬ ଟି ମାମଲା ରୁଜୁ ହୋଇଥିବାବେଳେ ୧୬ ଜଣ ନିୟମ ଭାଙ୍ଗି ସହରରେ ବୁଲୁଥିବାର ୧୪ ଦିନ କ୍ଵାରେଣ୍ଟାଇନରେ ଭଦ୍ରକ ଜିଲ୍ଲା ସ୍କୁଲ କେନ୍ଦ୍ରରେ ରଖାଯାଇଛି।
/sambad/media/post_attachments/wp-content/uploads/2020/04/e6ad0d26-40bb-4b34-9d20-2009acc3e3c4.jpg)
ଭଦ୍ରକ ସହରରୁ ଗତକାଲି ସୁଦ୍ଧା ୩ ଜଣ କରୋନା ରୋଗୀ ଚିହ୍ନଟ ହେବାପରେ ସହରକୁ ଆଜି ସାନିଟାଇଜ କରାଯାଉଛି। ଏଥିଲାଗି ୫ ଟି ଦମକଳ ଗାଡ଼ି ଲାଗି ସହରର ରାସ୍ତାଘାଟରେ ରାସାୟନିକ ପାଣି ସ୍ପ୍ରେ କରୁଛନ୍ତି।
୩ ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ସହରରେ ଆତଙ୍କ ଖେଳିଯାଇଛି। ଜିଲ୍ଲାରେ ୫୬ ଜଣଙ୍କ ରକ୍ତ ନମୂନା ପରୀକ୍ଷା ହେବାକୁ ଯାଇଥିବାବେଳେ ଏମାନଙ୍କ ଭିତରୁ ୩ ଜଣଙ୍କର ରକ୍ତ ନମୁନା ପଜିଟିଭ ବାହାରିଛି। ଅନ୍ୟପଟେ କଟକ ସହରରେ ବି ଆଜି ସଟଡାଉନର ପ୍ରଭାବ ଦେଖିବାକୁ ମିଳିଛି | କଟକର ଗଳିକନ୍ଦି ଶୂନଶାନ ହୋଇଯାଇଥିବାବେଳେ ଛକମାନଙ୍କରେ ପୁଲିସ ମୁତୟନ ହୋଇଛନ୍ତି |
Follow Us